୨୧ଦିନ ପରେ ମିଳିଲା ମନ୍ତ୍ରୀଙ୍କୁ ପିଏସ୍ : କାହାକୁ କିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମେ’ ୨୯ତାରିଖରେ ପଞ୍ଚମ ପାଳି ସରକାର ଗଠନ ହେବାର ୨୧ଦିନ ପରେ ନୂଆ ମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ସଚିବ (ପିଏସ୍ ) ଆବଣ୍ଟନ କରାଯାଇଛି। ପିଏସ୍ ଆବଣ୍ଟନକୁ ନେଇ ତୃତୀୟ ମହଲାରେ ଭାଗ ଛିଡ଼ୁନଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ଯୁଗ୍ମ ସଚିବ ପାହ୍ୟାର ଏହି ଓଏଏସ୍ ଅଫିସରମାନଙ୍କୁ ବିଭିନ୍ନ ମନ୍ତ୍ରୀମାନଙ୍କ ପିଏସ୍ ଭାବେ ଆବଣ୍ଟିତ କରାଯାଇଛି। ଏହାବ୍ୟତୀତ ଜଣେ ବିବାଦୀୟ ଓଏଏସ୍ ଅଫିସରଙ୍କୁ ଜଣେ ନିର୍ଦ୍ଧିଷ୍ଟ […]

at-long-last-odisha-ministers-get-their-personal-secretaries

at-long-last-odisha-ministers-get-their-personal-secretaries

Tapaswini Nayak
  • Published: Friday, 21 June 2019
  • Updated: 21 June 2019, 10:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମେ’ ୨୯ତାରିଖରେ ପଞ୍ଚମ ପାଳି ସରକାର ଗଠନ ହେବାର ୨୧ଦିନ ପରେ ନୂଆ ମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ସଚିବ (ପିଏସ୍ ) ଆବଣ୍ଟନ କରାଯାଇଛି। ପିଏସ୍ ଆବଣ୍ଟନକୁ ନେଇ ତୃତୀୟ ମହଲାରେ ଭାଗ ଛିଡ଼ୁନଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ଯୁଗ୍ମ ସଚିବ ପାହ୍ୟାର ଏହି ଓଏଏସ୍ ଅଫିସରମାନଙ୍କୁ ବିଭିନ୍ନ ମନ୍ତ୍ରୀମାନଙ୍କ ପିଏସ୍ ଭାବେ ଆବଣ୍ଟିତ କରାଯାଇଛି। ଏହାବ୍ୟତୀତ ଜଣେ ବିବାଦୀୟ ଓଏଏସ୍ ଅଫିସରଙ୍କୁ ଜଣେ ନିର୍ଦ୍ଧିଷ୍ଟ ମନ୍ତ୍ରୀଙ୍କ ପିଏସ୍ ଭାବେ ଅବସ୍ଥାପିତ କରିବାକୁ ଜନୈକ ପ୍ରଭାବଶାଳୀ ଯୁବନେତାଙ୍କ ଚାପ ମଧ୍ୟ କାମ ଦେଇନଥିବା ଜଣାପଡ଼ିଛି। ଏପରିକି ସମ୍ପୃକ୍ତ ଓଏଏସ ଅଫିସରଙ୍କୁ ଏଥର କୌଣସି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳିନି।

କେଉଁ ମନ୍ତ୍ରୀଙ୍କ କିଏ ବ୍ୟକ୍ତିଗତ ସଚିବ

ନିରଞ୍ଜନ ପୂଜାରୀ (ଅର୍ଥ)- ଅଞ୍ଜନ କୁମାର ଦାସ
ଅରୁଣ ସାହୁ (କୃଷି)- ଦେବାଶୀଷ ସିଂ
ସୁଦାମ ମାର୍ଣ୍ଡି (ରାଜସ୍ୱ)- ସରୋଜ କୁମାର ସାହୁ
ନବକିଶୋର ଦାସ (ସ୍ୱାସ୍ଥ୍ୟ)- ଚିନ୍ମୟ କୁମାର ଆଚାର୍ଯ୍ୟ
ପ୍ରଫୁଲ୍ଲ କୁମାର ମଲ୍ଳିକ (ଖଣି)- କାଳୀପ୍ରସନ୍ନ ମହାପାତ୍ର
ବିକ୍ରମ କେଶରୀ ଆରୁଖ (ଜଙ୍ଗଲ)- ଦୀପ୍ତିରଞ୍ଜନ ବେହେରା
ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ଖାଦ୍ୟ ଯୋଗାଣ)- ସରୋଜ କୁମାର ରାଉତ
ପଦ୍ମନାଭ ବେହେରା (ବାଣିଜ୍ୟ ଓ ପରିବହନ)- ମନମୋହନ ବାରିକ
ପ୍ରତାପ ଜେନା (ପଞ୍ଚାୟତିରାଜ)- ସୁରଞ୍ଜନ ପ୍ରଧାନ
ସୁଶାନ୍ତ ସିଂ (ଗ୍ରାମ୍ୟ ଉନ୍ନୟନ)- ପ୍ରଦୀପ କୁମାର ରାଉତ
ଟୁକୁନି ସାହୁ (ମହିଳା ଓ ଶିଶୁ ବିକାଶ)- ପ୍ରମୋଦ କୁମାର ମିଶ୍ର
ଅଶୋକ ଚନ୍ଦ୍ର ପଣ୍ଡା ( ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା)- ରଶ୍ମୀରଞ୍ଜନ ସାହୁ
ଜ୍ୟୋତିପ୍ରକାଶ ପାଣିଗ୍ରାହୀ(ପର୍ଯ୍ୟଟନ)- ମାନସ ରଞ୍ଜନ ପାଢ଼ୀ
ରଘୁନନ୍ଦନ ଦାସ (ଜଳସମ୍ପଦ)- ସୁକାନ୍ତ କୁମାର ପ୍ରଧାନ
ତୁଷାରକାନ୍ତି ବେହେରା (କ୍ରୀଡ଼ା)- କୈଳାସ ଚନ୍ଦ୍ର ଦାସ
ଜଗନ୍ନାଥ ସାରକା (ଏସଏସଟି କଲ୍ୟାଣ)- ଅରୁପ କୁମାର ସାହୁ
ସମୀର ରଞ୍ଜନ ଦାଶ (ସ୍କୁଲ ଓ ଗଣଶିକ୍ଷା)- ପ୍ରଶାନ୍ତ କୁମାର ମହାପାତ୍ର
ପଦ୍ମିନୀ ଦିଆନ୍ (ବୟନ ଶିଳ୍ପ ଓ ହସ୍ତତନ୍ତ)- ଏସକେ ଜମିରୁଦ୍ଦିନ
ପ୍ରେମାନନ୍ଦ ନାୟକ (ବୈଷୟିକ ଶିକ୍ଷା)- ଗୌରହରି ବେହେରା
ପ୍ରମିଳା ମଲ୍ଲିକ (ସରକାରୀ ମୁଖ୍ୟ ସଚେତକ)- ପ୍ରତାପ ଚନ୍ଦ୍ର ହୋତା

ଏମାନଙ୍କ ବ୍ୟତୀତ ଓଏଏସ୍ ପ୍ରବୀର କୁମାର ଖିଲାରଙ୍କୁ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଓଏସଡି ଭାବେ ନିଯୁକ୍ତି ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos