ବିଲ ମଝିରେ ହାତୀର ମୃତଦେହ

ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁର ନିକଟରେ ଏକ ବିଲରୁ ଗୋଟିଏ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ପଡ଼ିଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ହାତୀଟିର ମୃତ୍ୟୁ କେମିତି ହେଲା ତାହା ସ୍ପଷ୍ଟ ହୋଇନାହିଁ। ମୃତହାତୀର ବୟସ ପାଖପାଖି ୫୦ ବର୍ଷ ହେବା ଅନୁମାନ କରାଯାଉଛି। ହାତୀ ପଲ ଭିତରେ ଲଢ଼େଇ ଯୋଗୁଁ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏହି ହାତୀପଲରେ ୧୯ଟି ହାତୀ ଥିବା ବନ ବିଭାଗ କହିଛି। ଏମାନେ ଗତ ମାସେ ହେଲା ସୁନିଆମୁହଁ ଓ ବଉଳ ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଅଛନ୍ତି।