ଆଠଗଡ଼: ହାତୀ ଘଉଡ଼ାଇବାରେ ବନ ବିଭାଗର ବିଫଳତା ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ଆଠଗଡ: ବଣୁଆ ହାତୀଙ୍କ ଉପଦ୍ରବରେ ଆଠଗଡ଼ ବ୍ଲକ ଅନ୍ତର୍ଗତ କୁଷ୍ପାଙ୍ଗୀ ଗାଁ ଲୋକେ  ଅତିଷ୍ଠ ହୋଇ ପଡିଲେଣି । ହେଲେ ବନ ବିଭାଗ ହାତୀପଲଙ୍କୁ ଘଉଡାଇ ପାରୁନାହିଁ । ବାରମ୍ବାର ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇ ଧନଜୀବନ ହାନୀ ଘଟୁଛି । ଏପରି ସ୍ଥିତିରେ ବନ ବିଭାଗର ହାତୀ ଘଉଡାଇବାରେ ଅପାରଗତା ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ମୋଟର ଅଟକି […]

athagrah-8

athagrah-8

Rakesh Mallick
  • Published: Sunday, 25 October 2015
  • Updated: 25 October 2015, 08:11 AM IST

Sports

Latest News

ଆଠଗଡ: ବଣୁଆ ହାତୀଙ୍କ ଉପଦ୍ରବରେ ଆଠଗଡ଼ ବ୍ଲକ ଅନ୍ତର୍ଗତ କୁଷ୍ପାଙ୍ଗୀ ଗାଁ ଲୋକେ  ଅତିଷ୍ଠ ହୋଇ ପଡିଲେଣି । ହେଲେ ବନ ବିଭାଗ ହାତୀପଲଙ୍କୁ ଘଉଡାଇ ପାରୁନାହିଁ । ବାରମ୍ବାର ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇ ଧନଜୀବନ ହାନୀ ଘଟୁଛି । ଏପରି ସ୍ଥିତିରେ ବନ ବିଭାଗର ହାତୀ ଘଉଡାଇବାରେ ଅପାରଗତା ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ମୋଟର ଅଟକି ରହିଛି। ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ବଣୁଆ ହାତୀ ପଲ କୁସ୍ପାଙ୍ଗୀ ଗାଁ ଭିତରକୁ ପଶି ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ସହ ଏକ ବଳଦକୁ ମାରି  ଦେଇଛି । ଏହାପରେ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos