ଏଟିଏମ୍‌ ତାଡ଼ିଦେଲେ, ଟଙ୍କା ନେଇ ପାରିଲେନି

ବାଲେଶ୍ୱର,(ରଣଜିତ୍‌ ପାକଳ): ପୁଣି ଏସବିଆଇ ଏଟିଏମ୍‌କୁ ଟାର୍ଗେଟ କରିଛନ୍ତି ଲୁଟେରା। କିଛି ଦିନ ପୂର୍ବରୁ ବାଲେଶ୍ୱର ଜିଲ୍ଲା ସୁନହଟ ଏବଂ ଆଇଟିଆଇ ଛକରେ ଥିବା ଦୁଇଟି ଏସବିଆଇ ଏଟିଏମ୍‌ ଭାଙ୍ଗି ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଥିଲେ। ଗତକାଲି ରାତି ପ୍ରାୟ ୨ଟା ସମୟରେ ରାଣିପାଟଣା ଭେଟନାରୀ ଅଫିସ ପାଖରେ ଥିବା ଏସବିଆଇ ଏଟିଏମ୍‌କୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ହେଲେ ଟଙ୍କା ନେଇ ପାରିନାହାନ୍ତି। ଏଟିଏମ୍‌ରୁ ଟଙ୍କା ବାହାର କରିବା ସମୟରେ ପୋଲିସ୍ ପହଞ୍ଚି ଯାଇଥିଲା। ଫଳରେ ଦୁର୍ବୃତ୍ତମାନେ ଛୁ ମାରିଥିଲେ।

ପୂର୍ବରୁ ଗୋଟିଏ ରାତିରେ ଦୁଇଟି ଏଟିଏମ୍‌ ଭଙ୍ଗା ଯାଇଥିବାରୁ ପୋଲିସ୍‌ ତା’ପରଠାରୁ ସତର୍କ ରହିଥିଲା। ସେଥିପାଇଁ ଗତକାଲି ଦୁର୍ବୃତ୍ତମାନଙ୍କ ଯୋଜନା ପଣ୍ଡ ହୋଇଯାଇଥିଲା।