ମାତିଛନ୍ତି ଏଟିଏମ୍ ଲୁଟେରା, ମେସିନ୍‌ ଉଠାଇ ଚମ୍ପଟ

ଯାଜପୁର(ଓଡ଼ିଶା ରିପୋର୍ଟର): ମାତିଛନ୍ତି ଏଟିଏମ୍‌ ଲୁଟେରା।  ଅନ୍ଧାର ରାତିର ସୁଯୋଗ ନେଇ ଗ୍ୟାସ କଟରରେ ଏଟିଏମ ମେସିନକୁ ତାଡ଼ି  ନେଇ ପଳାଇଲେ। ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲାରେ।

ଯାଜପୁର ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ନେଉଳପୁର ଛକରେ ଥିବା ଏସବିଆଇ ଏଟିଏମ ମେସିନକୁ ଲୁଟେରାମାନେ ତାଡ଼ି ନେଇ ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ ମେସିନକୁ ଲୁଟି ନେଇଯାଇଥିବା ଜଣାଯାଇଛି। ଆଜି ସକାଳେ ସ୍ଥାନୀୟ ବ୍ୟବସାୟୀ ନିଜ ଦୋକାନ ଖୋଲିବାକୁ ଆସିଥିବା ବେଳେ ଏଟିଏମ୍‌ ଥିବା ଘର ସଟରର ତାଲା ଭାଙ୍ଗି ତଳେ ପଡ଼ିଥିବା ଦେଖିଥିଲେ। ଏନେଇ ସଙ୍ଗେ ସଙ୍ଗେ ଘର ମାଲିକଙ୍କୁ ଖବର ଦେଇଥିଲେ। ଘର ମାଲିକ ସଟର ଟେକି ଦେଖନ୍ତି ତ ଏଟିଏମ ମେସିନ ନାହିଁ। ଏନେଇ ଘର ମାଲିକ ଧର୍ମଶାଳା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏଟିଏମ୍ ମେସିନରେ କେତେ ଟଙ୍କା ଥିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।