ଧରା ପଡ଼ିଲା ଏଟିଏମ୍ ଲୁଟେରା, ବୃଦ୍ଧବୃଦ୍ଧାଙ୍କୁ କରୁଥିଲା ଟାର୍ଗେଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରୁ ଜଣେ କୁଖ୍ୟାତ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍ ‌। ତାଙ୍କ ପାଖରୁ ୪୨ ହଜାର ଟଙ୍କା ଜବତ କରାଯାଇଛି‌। ସେ ୮ରୁ ଅଧିକ ଏଟିଏମ୍ ଲୁଟ୍ କରିଥିବା ଜଣାପଡିଛି‌।

ମିଳିଥିବା ସୂଚନା ମୁତାବକ, ଲୁଟେରାଜଣକ ବୃଦ୍ଧବୃଦ୍ଧାଙ୍କୁ ଟାର୍ଗେଟ କରି ପ୍ରଥମେ ସେମାନଙ୍କ ଏଟିଏମ୍ କାର୍ଡ ହାତେଇ ନେଉଥିଲେ। ଏହାପରେ  ବେଶ ଚାଲାକରେ ଆକାଉଣ୍ଟରେ କଳାକନା ବୁଲାଇ ଦେଉଥିବା ଜଣାପଡିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।