ସୋର (ଓଡ଼ିଶା ରିପୋର୍ଟର): ମହିଳା ଜଣକ ଏକାକୀ ଘରେ ଥିଲେ। ବିଳମ୍ୱିତ ରାତି ଦୁର୍ବୃତ୍ତମାନେ ଘରେ ପଶି ଭୁଜାଲିରେ ତାଙ୍କୁ ଆକ୍ରମଣ କଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚଟାଣରେ ପଡ଼ିଥିଲେ ମହିଳା। ଫୁଲ ତୋଳିବାକୁ ଆସିଥିବା ଲୋକେ ଦେଖି ଔପଦା ପୋଲିସକୁ ଖବର ଦେଇଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନାହିଁ।
ବାଲେଶ୍ୱର ଜିଲ୍ଲା ଔପଦା ଥାନା ପ୍ରତାପପୁର ଗାଁର ପୁରୁଷୋତ୍ତମ ବେହେରା ଓ ତାଙ୍କ ପୁଅ ଚେନ୍ନାଇ ରୁହନ୍ତି। ଘରେ ପୁରୁଷୋତ୍ତମ ସ୍ତ୍ରୀ ରଞ୍ଜିତ ଏକାକୀ ରୁହନ୍ତି। ଗତକାଲି ରାତିରେ ଘର ଭିତରେ ପଶି କେହି ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରିଥିଲେ। ଆଜି ସକାଳେ ଫୁଲ ତୋଳିବାକୁ ଯାଇଥିବା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।