ଆଶା କର୍ମୀଙ୍କୁ ଫାର୍ସା ଚୋଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣରେ ଗୁରୁତର ହୋଇ ପଡ଼ିଛନ୍ତି ଆଶାକର୍ମୀ । ଏପରି ଅଭାବନୀୟ ଘଟଣା ୟୁନିଟ୍-୬ ମା’ ତାରିଣୀ ବସ୍ତିରେ ଆଜି ଘଟିଯାଇଛି। ଗୁରୁତର ହୋଇଥିବା ଆଶାକର୍ମୀ ହେଲେ ରଞ୍ଜୁଲତା ନାୟକ। ଚିକିତ୍ସା ନିମନ୍ତେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ରଞ୍ଜୁଳତା ଦେଇଥିବା ସୂଚନା ଅନୁଯାୟୀ, ଗତକାଲି ୮ରୁ ୯ ଯୁବକ ମୋ ଭାଇ ସହ ଝଗଡ଼ା କରୁଥିଲେ । ସେଠାକୁ ଯାଇ ମିମାଂସା କରି ଭାଇକୁ ଛଡ଼ାଇ ଘରକୁ ଆଣିଥିଲି। […]

capital hospital

Niharika Rout
  • Published: Wednesday, 18 August 2021
  • , Updated: 18 August 2021, 02:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣରେ ଗୁରୁତର ହୋଇ ପଡ଼ିଛନ୍ତି ଆଶାକର୍ମୀ । ଏପରି ଅଭାବନୀୟ ଘଟଣା ୟୁନିଟ୍-୬ ମା’ ତାରିଣୀ ବସ୍ତିରେ ଆଜି ଘଟିଯାଇଛି। ଗୁରୁତର ହୋଇଥିବା ଆଶାକର୍ମୀ ହେଲେ ରଞ୍ଜୁଲତା ନାୟକ। ଚିକିତ୍ସା ନିମନ୍ତେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗୁରୁତର ରଞ୍ଜୁଳତା ଦେଇଥିବା ସୂଚନା ଅନୁଯାୟୀ, ଗତକାଲି ୮ରୁ ୯ ଯୁବକ ମୋ ଭାଇ ସହ ଝଗଡ଼ା କରୁଥିଲେ । ସେଠାକୁ ଯାଇ ମିମାଂସା କରି ଭାଇକୁ ଛଡ଼ାଇ ଘରକୁ ଆଣିଥିଲି। କିଛି ସମୟ ପରେ ଘର ନିକଟରେ ୩ରୁ ୪ ଯୁବକ ପହଞ୍ଚି ପୁଣି ଥରେ ଆକ୍ରମଣ କରିବାକୁ ଚେଷ୍ଟା କଲେ। ସେମାନଙ୍କ ମଧ୍ୟରୁ ସାହିଲି ନାୟକ ନାମକ ଯୁବକ ମୋତେ ଫାର୍ସା ଚୋଟ ପକାଇଥିଲା। ଏହାପରେ ମୁଁ ଚେତାଶୂନ୍ୟ ହୋଇ ପଡ଼ିଥିଲି।

ରଞ୍ଜୁଲତା ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।

Related story