ଶ୍ୱଶୁର ଘରେ ଜ୍ୱାଇଁକୁ ଭୁଜାଲି ଚୋଟ

ରେଢ଼ାଖୋଲ (ଓଡ଼ିଶା ରିପୋର୍ଟର):  ବିବାହିତ ଶାଳୀର ପାରିବାରିକ ସମସ୍ୟାର ସମାଧାନ ପାଇଁ ଶ୍ୱଶୁର ଘରକୁ ଆସିଥିବା ଜ୍ୱାଇଁ ଭୁଜାଲି ଚୋଟରେ ଗୁରୁତର ହୋଇପଡ଼ିଛନ୍ତି । ବିଳମ୍ବିତ ରାତିରେ ଘରୁ ଟାଣି ନେଇ ତାଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଝାଙ୍କରପଡ଼ା ଗାଁରେ ଘଟିଛି। ଗୁରୁତର ଜ୍ୱାଇଁ ପ୍ରେମାନନ୍ଦ ବେହେରାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଝାଙ୍କରପଢା ଗାଁର ପୁଷ୍ପାଞ୍ଜଳି […]

attack

attack

Tapaswini Nayak
  • Published: Friday, 24 September 2021
  • Updated: 24 September 2021, 12:49 PM IST

Sports

Latest News

ରେଢ଼ାଖୋଲ (ଓଡ଼ିଶା ରିପୋର୍ଟର):  ବିବାହିତ ଶାଳୀର ପାରିବାରିକ ସମସ୍ୟାର ସମାଧାନ ପାଇଁ ଶ୍ୱଶୁର ଘରକୁ ଆସିଥିବା ଜ୍ୱାଇଁ ଭୁଜାଲି ଚୋଟରେ ଗୁରୁତର ହୋଇପଡ଼ିଛନ୍ତି । ବିଳମ୍ବିତ ରାତିରେ ଘରୁ ଟାଣି ନେଇ ତାଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଝାଙ୍କରପଡ଼ା ଗାଁରେ ଘଟିଛି। ଗୁରୁତର ଜ୍ୱାଇଁ ପ୍ରେମାନନ୍ଦ ବେହେରାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଝାଙ୍କରପଢା ଗାଁର ପୁଷ୍ପାଞ୍ଜଳି ସାହୁ କିଆକଟା ଥାନା ଅନ୍ତର୍ଗତ ଧୁଡିଆପଢା ଗାଁରେ ବିବାହ କରିଥିଲେ।  ପାରିବାରିକ ସମସ୍ୟା ହେବାରୁ ସେ ୮ମାସ ହେବ ବାପ ଘରେ ଆସି ରହୁଥିଲେ। ଗତକାଲି ବିବାହିତ ଶାଳୀ ପୁଷ୍ପାଞ୍ଜଳିର ପାରିବାରିକ ସମସ୍ୟାର ସମାଧାନ ପାଇଁ ଭିଣୋଇ ପ୍ରେମାନନ୍ଦ ଶ୍ୱଶୁର ଘରକୁ ଯାଇଥିଲେ।

ପ୍ରେମାନନ୍ଦ ରାତିରେ ଘରେ ଶୋଇଥିବା ବେଳେ ୩ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି କବାଟ ବାଡ଼େଇଥିଲେ। ଘର ଲୋକ କବାଟ ଖୋଲିଲା ପରେ ଦୁର୍ବୃତ୍ତମାନେ ପ୍ରେମାନନ୍ଦଙ୍କୁ ଘରୁ ଟାଣି ନେଇ ଭୁଜାଲିରେ ଆକ୍ରମଣ  କରିଥିଲେ। ପରେ ଭୁଜାଲି ଓ ବାଇକ୍ ଛାଡି ଚମ୍ପଟ ମାରିଥିଲେ।

ପ୍ରେମାନନ୍ଦଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭୁଜାଲି ଓ ବାଇକ୍‌କୁ ଜବତ କରିଛି  ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos