ମହିଳାଙ୍କୁ ହତ୍ୟା ଉଦ୍ୟମ: ଅର୍ଦ୍ଧଦଗ୍ଧ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବ୍ରହ୍ମପୁର: ବ୍ରହ୍ମପୁର ଗୋଦାବରୀଶ ନଗରର ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ଦିଆଯିବା ସହ ପୋଡ଼ି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମହିଳାଙ୍କ ଶ୍ୱଶୁର ଘଣ ଲୋକଙ୍କ ବିରୋଧରେ ତାଙ୍କ ବାପ ଘର ଲୋକେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।