ସ୍ୱାଧୀନତା ଦିବସ ପାଇଁ ରାଜ୍ୟସ୍ତରୀୟ ପରେଡ୍‌ ଅଭ୍ୟାସ ଶେଷ

ଭୁବନେଶ୍ୱର: ଦିନକ ପରେ ସ୍ୱାଧୀନତା ଦିବସ। ଏଥିପାଇଁ ଆଜି ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍‌ ଉତ୍ସବ ପାଇଁ ଅଭ୍ୟାସ ଶେଷ ହୋଇଛି। ପରେଡ୍‌ ଉତ୍ସବରେ ମୋଟ ୬୪ଟି ଟ୍ରୁପ୍‌ ଭାଗ  ନେବା ବେଳେ କୌଣସି ସିଭିଲିଆନ୍‌ ଟ୍ରୁପ୍‌ ଭାଗ ନେବେ ନାହିଁ। ଏଥର ପରେଡ୍‌ରେ  ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ୍‌ର ସ୍ୱତନ୍ତ୍ର ୨ ପ୍ଲାଟୁନ୍‌ ଟ୍ରୁପ୍‌ ଭାଗ ନେବେ। ପରେଡ୍‌ରେ ଡେୟାର ଡେଭିଲ୍‌ ସୋ, ସ୍କେଟିଂ ଓ ହର୍ସ ରାଇଡିଂ ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ଆକର୍ଷଣ ହେବ। […]

bbsr

bbsr

Rakesh Mallick
  • Published: Saturday, 13 August 2016
  • Updated: 13 August 2016, 03:02 PM IST

Sports

Latest News

bbsr2ଭୁବନେଶ୍ୱର: ଦିନକ ପରେ ସ୍ୱାଧୀନତା ଦିବସ। ଏଥିପାଇଁ ଆଜି ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍‌ ଉତ୍ସବ ପାଇଁ ଅଭ୍ୟାସ ଶେଷ ହୋଇଛି। ପରେଡ୍‌ ଉତ୍ସବରେ ମୋଟ ୬୪ଟି ଟ୍ରୁପ୍‌ ଭାଗ  ନେବା ବେଳେ କୌଣସି ସିଭିଲିଆନ୍‌ ଟ୍ରୁପ୍‌ ଭାଗ ନେବେ ନାହିଁ। ଏଥର ପରେଡ୍‌ରେ  ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ୍‌ର ସ୍ୱତନ୍ତ୍ର ୨ ପ୍ଲାଟୁନ୍‌ ଟ୍ରୁପ୍‌ ଭାଗ ନେବେ।

ପରେଡ୍‌ରେ ଡେୟାର ଡେଭିଲ୍‌ ସୋ, ସ୍କେଟିଂ ଓ ହର୍ସ ରାଇଡିଂ ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ଆକର୍ଷଣ ହେବ।

ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ।

ସ୍ୱାଧୀନତା ଦିବସ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ଡିଜି କେ.ବି. ସିଂହ କହିଛନ୍ତି। ସେ କହିଛନ୍ତି,“  ସୁରକ୍ଷା ଦୃଷ୍ଟିରୁ ରାଜଧାନୀରେ ୩୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ୨ଟି କ୍ୟୁଆର୍‌ଟି ଟିମ୍‌ ସହ ଏସ୍‌ଓଜି ଯବାନଙ୍କୁ ମୁତୟନ କରାଯାଇଛି।  ପ୍ରାୟ ୫୦ ଇନ୍‌ସପେକ୍ଟର ଓ ୧୫୦ ସବ୍‌ ଇନ୍‌ସପେକ୍ଟର ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି। ସନ୍ଦିଗ୍ଧଙ୍କ  ଉପରେ ନଜର ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ଲାଗାଯାଇଛି। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଡିସିପି ଓ ୭ ଜଣ ଏସ୍‌ପି ରହିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos