ଅଗଷ୍ଟ ୫ରେ ହୀରାକୁଦ ଡ୍ୟାମରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଅଗଷ୍ଟ ୫ ତାରିଖରେ  ହୀରାକୁଦ ଡ୍ୟାମରୁ  ଦିନ ୧୦ ଟାରୁ ମଧ୍ୟାହ୍ନ ୧୨ଟା ୩୦ ମଧ୍ୟରେ  ପ୍ରଥମ ବନ୍ୟା ଜଳ ଛଡ଼ାଯିବ। ୭ଟି ଗେଟରେ ଏହି ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ହରମୋହନ ପ୍ରଧାନ ସୂଚନା ଦେଇଛନ୍ତି।ସେ କହିଛନ୍ତି,“ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ଧିରେ ଧିରେ ବଢୁଛି। ଆଜି ଦିନ ୧୦ଟା ସୁଦ୍ଧା ଜଳ ଭଣ୍ଡାରର ଜଳସ୍ତର ୬୧୧.୪୭ ମିଟର ରହିଛି।”

ବନ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଅନୁଗୋଳ, ବୌଦ୍ଧ, ନୟାଗଡ଼, କଟକ, ଫୁଲବାଣୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାପାଳଙ୍କୁ  ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।