ଅଟୋରେ ସ୍କୁଲ ପିଲାଙ୍କ ଯିବା ଆସିବା ଉପରେ ଲାଗିବ ଆଙ୍କୁଶ

ଭୁବନେଶ୍ୱର: ଏଣିକି ସ୍କୁଲ ପିଲାଙ୍କ ପରିବହନ ପାଇଁ ବସ୍ ହିଁ ହେବ ଏକ ମାତ୍ର ମାଧ୍ୟମ। ଅଟୋରେ ସ୍କୁଲ ପିଲାଙ୍କ ଯିବା ଆସିବା ଉପରେ ଅଙ୍କୁଶ ଲାଗିବ। ସ୍କୁଲ ପିଲାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ନୂଆ ନୀତି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପ୍ରସ୍ତୁତ କରିଥିବା ଏହି ପଲିସି ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ପରିବହନ କମିଶନର ଚନ୍ଦ୍ରଶେଖର କୁମାର କହିଛନ୍ତି। ଗତ ୨୯ ସେପ୍ଟେମ୍ବରରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋକୁ […]

auto

auto

Rakesh Mallick
  • Published: Thursday, 05 November 2015
  • Updated: 05 November 2015, 03:18 PM IST

Sports

Latest News

ଭୁବନେଶ୍ୱର: ଏଣିକି ସ୍କୁଲ ପିଲାଙ୍କ ପରିବହନ ପାଇଁ ବସ୍ ହିଁ ହେବ ଏକ ମାତ୍ର ମାଧ୍ୟମ। ଅଟୋରେ ସ୍କୁଲ ପିଲାଙ୍କ ଯିବା ଆସିବା ଉପରେ ଅଙ୍କୁଶ ଲାଗିବ। ସ୍କୁଲ ପିଲାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ନୂଆ ନୀତି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପ୍ରସ୍ତୁତ କରିଥିବା ଏହି ପଲିସି ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ପରିବହନ କମିଶନର ଚନ୍ଦ୍ରଶେଖର କୁମାର କହିଛନ୍ତି।

ଗତ ୨୯ ସେପ୍ଟେମ୍ବରରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋକୁ ବସ ଧକ୍କା ଦେଇଥିଲା । ଏଥିରେ ଜଣେ ଛାତ୍ରୀ ପ୍ରାଣ ହରାଇଥିବା ବେଳେ ୯ଜଣ  ଆହତ ହୋଇଥିଲେ । ଅକ୍ଟୋବର ୧ ତାରିଖରେ ରାଉରକେଲାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଅଟୋ ଓଲଟି ପଡିବାରୁ ୯ ଛାତ୍ର ଆହତ ହୋଇଥିଲେ । ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଏହି ନୂଆ ପଲିସି ଆଣିବାକୁ ଯାଉଛନ୍ତି। ନୂଆ ପଲିସି ଅନୁସାରେ ୪୦ ସିଟ୍ ଥିବା ଗାଡିକୁ ହିଁ ସ୍କୁଲ ବସ ଭାବେ ପରିଗଣନା କରାଯିବ। ଏଥିପାଇଁ ସ୍ଥାନୀୟ ଆରଟିଓଙ୍କ ଅନୁମତି ନେବା ଜରୁରୀ। ସ୍କୁଲ ବସରେ ପିଲାଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ବାଧ୍ୟତାମୂଳକ ହେବ। ସ୍କୁଲ ବସର ସମସ୍ତ ଝରକାରେ ଜାଲି ଲାଗିବ। ଅଟୋରେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ଉପରେ ରୋକ୍ ଲାଗିବ। ବ୍ୟବସ୍ଥାକୁ ଅଧିକ ସୃଦୃଢ କରିବା ପାଇଁ ମାସକୁ ୪ଥର ଆରଟିଓ, ସ୍ଥାନୀୟ ପୋଲିସ, ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କୁ ନେଇ ବୈଠକ କରିବାକୁ ପିଲିସିରେ ବ୍ୟବସ୍ଥା ରହିଛି। ସ୍କୁଲ ବସଗୁଡିକୁ ଆରଟିଓମାନେ ନିୟମିତ ଯାଞ୍ଚ କରିବେ। ପିଲିସିର ଉଲ୍ଲଂଘନ ହେଲେ କିମ୍ୱା କୈଣସି ଦୁର୍ଘଟଣା ଘଟିଲେ, ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos