ବିଜେଡି ଆକାଉଣ୍ଟର ଖୋଳତାଡ଼ ଆରମ୍ଭ କଲା ଆୟକର ବିଭାଗ

ଭୁବନେଶ୍ୱର: ବିଜେଡିର ଷ୍ଟେଟ୍‌ବ୍ୟାଙ୍କ ଆକାଉଣ୍ଟକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଆୟକର ବିଭାଗ ଏହି ଆକାଉଣ୍ଟକୁ ନେଇ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପକ୍ଷରେ ବିଜେଡିର ଅନ୍ୟ ଏକ ଆକାଉଣ୍ଟକୁ ନେଇ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ଭୁବନେଶ୍ୱର ବୁଦ୍ଧନଗର ଅଞ୍ଚଳରେ ଥିବା ଷ୍ଟେଟବ୍ୟାଙ୍କରେ ୧୦୦୯୧୭୫୫୨୪୬ ନମ୍ବରରେ ବିଜେଡିର ଆକାଉଣ୍ଟ ରହିଛି। ଯାହାର ଖୋଳତାଡ଼ ଆୟକର ବିଭାଗ ପକ୍ଷରୁ କରାଯାଉଛି। ବିଭାଗ ପକ୍ଷରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି। ଆକାଉଣ୍ଟ ସମ୍ପର୍କରେ ସମସ୍ତ ତଥ୍ୟ […]

bjd account

bjd account

Rakesh Mallick
  • Published: Wednesday, 04 May 2016
  • Updated: 04 May 2016, 04:43 PM IST

Sports

Latest News

ଭୁବନେଶ୍ୱର: ବିଜେଡିର ଷ୍ଟେଟ୍‌ବ୍ୟାଙ୍କ ଆକାଉଣ୍ଟକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଆୟକର ବିଭାଗ ଏହି ଆକାଉଣ୍ଟକୁ ନେଇ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପକ୍ଷରେ ବିଜେଡିର ଅନ୍ୟ ଏକ ଆକାଉଣ୍ଟକୁ ନେଇ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି।

ଭୁବନେଶ୍ୱର ବୁଦ୍ଧନଗର ଅଞ୍ଚଳରେ ଥିବା ଷ୍ଟେଟବ୍ୟାଙ୍କରେ ୧୦୦୯୧୭୫୫୨୪୬ ନମ୍ବରରେ ବିଜେଡିର ଆକାଉଣ୍ଟ ରହିଛି। ଯାହାର ଖୋଳତାଡ଼ ଆୟକର ବିଭାଗ ପକ୍ଷରୁ କରାଯାଉଛି। ବିଭାଗ ପକ୍ଷରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି। ଆକାଉଣ୍ଟ ସମ୍ପର୍କରେ ସମସ୍ତ ତଥ୍ୟ ଦେବାକୁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି। କେବେ ଆକାଉଣ୍ଟ ଖୋଲାଗଲା, ଆକାଉଣ୍ଟରୁ ବର୍ତ୍ତମାନ ପର୍ଯ୍ୟନ୍ତ କେତେ କାରବାର ହୋଇଛି ସେ ସବୁର ବିସ୍ତୃତ ତଥ୍ୟ ଆୟକର ବିଭାଗ ମାଗିଛି। ଏହାସହ ଆୟକର ବିଭାଗର ଇନଭେଷ୍ଟିଗେସନ ୱିଙ୍ଗ ଖୋଳତାଡ଼ ଜାରି ରଖିଛି।

ବିରୋଧୀ ଦଳ ନେତା ଏହି ଆକାଉଣ୍ଟ ସମ୍ପର୍କରେ ଉତ୍ତର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ପରେ ଆୟକର ବିଭାଗର ଖୋଳତାଡ଼କୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଆକାଉଣ୍ଟର କାରବାର ସମ୍ପର୍କରେ ପୂର୍ବରୁ ଆୟକର ବିଭାଗ ଜାଣି ନ ଥିଲା କି? ଯଦି ଜାଣିଥିଲା, ୮ କୋଟି ଟଙ୍କା ଜମା ସମ୍ପର୍କରେ ବିଭାଗ ପାଖରେ ସୂଚନା ଥିଲା କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ ହୋଇ ଛିଡା ହୋଇଛି।

ନରସିଂହ ମିଶ୍ରଙ୍କ ପ୍ରଶ୍ନ ଅନୁସାରେ ୨୦୧୩ ଏପ୍ରିଲ ୧୨ରେ ବିଜେଡିର ଏହି ଆକାଉଣ୍ଟକୁ ୮ କୋଟି ଟଙ୍କା ଆସିଥିଲା। ତେବେ ୨୦୧୪ ନଭେମ୍ବର ୫ରେ ୮୨୨୬୨୫ ନମ୍ବରର ଏକ ଚେକ୍‌ରେ ୧୧ କୋଟି ଟଙ୍କା ଅନ୍ୟ ଏକ ଆକାଉଣ୍ଟ ୧୦୦୯୧୮୦୫୫୭୩କୁ ଯାଇଛି। ଏହି ଆକାଉଣ୍ଟ ମଧ୍ୟ ବିଜେଡିର ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos