ଅନଶନରତ ମାଓନେତା ଆଜାଦଙ୍କ ସମେତ ୫ ଅସୁସ୍ଥ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଝାରପଡା ଜେଲ୍‌ରେ ଅନଶନ ଚଳାଇଥିବା ମାଓନେତା ଆଜାଦ ଶନିବାର ଅସୁସ୍ଥ ହୋଇପଡିଛନ୍ତି। ତାଙ୍କ ସହ ଅନଶନରେ ଥିବା ଅନ୍ୟ ୪ ଜଣ ମଧ୍ୟ ଅସୁସ୍ଥ ଅଛନ୍ତି। ସମସ୍ତଙ୍କୁ କ୍ୟାପିଟାଲ ଭର୍ତ୍ତି କରାଯାଇଛି।

ସେମାନଙ୍କ ବିରୋଧରେ ଥିବା ବିଭିନ୍ନ ମାମଲାର ଶୀଘ୍ର ଫଇସାଲା କରିବାକୁ ଓ ସେମାନଙ୍କକୁ ରାଜନୈତିକ ବନ୍ଦୀର ମାନ୍ୟତା ଦେବା ଆଦି ୫ ଦଫା ଦାବି ନେଇ ଆଜଦ୍‌ ସମେତ ଅନ୍ୟମାନେ ଗତ ୩୦ ତାରିଖରୁ ଜେଲ୍‌ରେ ଅନଶନ ଚଳାଇଛନ୍ତି।