ଆଶ୍ରମ ଭିତରେ ପଶି ବାବାଙ୍କୁ ଘୋଷାରି ଘୋଷାରି ପିଟିଲେ କିନ୍ନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ କିନ୍ନରଙ୍କ ନୃଶଂସ ଆଚରଣ ଦେଖିବାକୁ ମିଳିଛି। ସେଠାରେ ଆଶ୍ରମ କରି ରହୁଥିବା ଜଣେ ନାଗା ବାବାଙ୍କୁ ଘୋଷାରି ଘୋଷାରି ନିସ୍ତୁକ ମାଡ଼ ମାରିଛନ୍ତି କିନ୍ନର। ସଂଘବଦ୍ଧ ହୋଇ ବାବାଙ୍କୁ ପିଟିଛନ୍ତି ୧୦ରୁ ଅଧିକ କିନ୍ନର।

ସୂଚନା ଅନୁସାରେ, ଗତକାଲି ରାତିରେ ଖଣ୍ଡଗିରି ଅ଼ଞ୍ଚଳରେ ଆଡ୍ଡା ଜମାଉଥିବା କିନ୍ନରଙ୍କୁ ପୋଲିସ ଘଉଡ଼ାଇ ଥିଲା। ଏହି ସମୟରେ କିଛି କିନ୍ନର ସଂପୃକ୍ତ ବାବାଙ୍କ ଆଶ୍ରମ ଭିତରେ ପଶି ଯାଇଥିଲେ। ତେବେ ବାବା ସେମାନଙ୍କୁ ଆଶ୍ରମ ଭିତରେ ନପଶିବାକୁ ବାରଣ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କିନ୍ନରମାନେ ଗାଳିଗୁଲଜ କରି ଚାଲିଯାଇଥିଲେ। ହେଲେ ଆଜି ସକାଳେ କିନ୍ନରମାନେ ସଂଘବଦ୍ଧ ହୋଇ ଆଶ୍ରମ ଭିତରେ ପଶି ବାବାଙ୍କୁ ଟାଣି ଘୋଷାରି ଉଲଗ୍ନ କରି ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ଖଣ୍ଡଗିରି ଥାନାରେ ସଂପୃକ୍ତ ବାବା ଏତଲା ଦେଇଛନ୍ତି।