ମୁଖ୍ୟମନ୍ତ୍ରୀଙ୍କ ଶପଥକୁ ୫ଘଣ୍ଟା ପୁରିଲାନି, ସରକାରୀ ଅର୍ଥରେ ମଉଜ ପାଇଁ ଗଲେ ଅଫିସର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଲୋକମାନେ ହେଉଛନ୍ତି ଆମର ପ୍ରଭୁ ଓ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ଲୋକମାନେ ହିଁ ଦରମା ଦେଉଛନ୍ତି। ସବୁ ଗଣତାନ୍ତ୍ରିକ ଅନୁଷ୍ଠାନ ସେମାନଙ୍କ ଟଙ୍କାରେ ଗଢ଼ି ଉଠିଛି ଓ ସେମାନେ ହିଁ ଅନୁଷ୍ଠାନର ମାଲିକ। ସେମାନଙ୍କ ଅର୍ଥରେ ହିଁ ସରକାର ଚାଲିଛି। ତେଣୁ ଲୋକମାନଙ୍କୁ ସେସବୁ ଅନୁଷ୍ଠାନରେ ମର୍ଯ୍ୟାଦାର ସେବା ମିଳିବା ଆବଶ୍ୟକ।” ଆଜି ଏଭଳି ସଂକଳ୍ପ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନିଜର ମନ୍ତ୍ରୀ ଓ ରାଜ୍ୟର ଆଇଏଏସ ଅଫିସରମାନଙ୍କୁ ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ […]

Naveen

Naveen

Hemant Lenka
  • Published: Friday, 17 January 2020
  • Updated: 17 January 2020, 07:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଲୋକମାନେ ହେଉଛନ୍ତି ଆମର ପ୍ରଭୁ ଓ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ଲୋକମାନେ ହିଁ ଦରମା ଦେଉଛନ୍ତି। ସବୁ ଗଣତାନ୍ତ୍ରିକ ଅନୁଷ୍ଠାନ ସେମାନଙ୍କ ଟଙ୍କାରେ ଗଢ଼ି ଉଠିଛି ଓ ସେମାନେ ହିଁ ଅନୁଷ୍ଠାନର ମାଲିକ। ସେମାନଙ୍କ ଅର୍ଥରେ ହିଁ ସରକାର ଚାଲିଛି। ତେଣୁ ଲୋକମାନଙ୍କୁ ସେସବୁ ଅନୁଷ୍ଠାନରେ ମର୍ଯ୍ୟାଦାର ସେବା ମିଳିବା ଆବଶ୍ୟକ।” ଆଜି ଏଭଳି ସଂକଳ୍ପ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନିଜର ମନ୍ତ୍ରୀ ଓ ରାଜ୍ୟର ଆଇଏଏସ ଅଫିସରମାନଙ୍କୁ ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଇଛନ୍ତି। ମାତ୍ର ଏଭଳି ସଂକଳ୍ପ ନେଇଥିବା ଆଇଏଏସ ଅଫିସରମାନେ ତାକୁ ୫ଘଣ୍ଟା ବି ପାଳନ କରିବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି।

ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟରରେ ଆଜି ଆଇଏଏସ ଅଫିସର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଉଭୟ ମନ୍ତ୍ରୀ ଓ ଆଇଏଏସ୍ ଅଫିସରମାନଙ୍କୁ ଶପଥପାଠ କରାଇଥିଲେ। ଓଡ଼ିଶାର ସାଢ଼େ ୪କୋଟି ଲୋକ ତାଙ୍କର ପରିବାର ଓ ପ୍ରତ୍ୟେକ ଗଣତାନ୍ତ୍ରିକ ଅନୁଷ୍ଠାନରେ ସେମାନଙ୍କୁ ମର୍ଯ୍ୟାଦାର ସହ ସେବା ଓ ସମ୍ମାନ ମିଳିବା ଯୋଗାଇ ଦେବାକୁ ସେ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲୋକମାନେ ହିଁ ପ୍ରଭୁ ବା ମାଲିକ, ସେମାନଙ୍କଠୁ ଦରମା ନେଇ ସେମାନଙ୍କ ପ୍ରତି ଥିବା ଦାୟିତ୍ୱ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସଚେତନ କରାଇଥିଲ। କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରାଇଥିବା ଏଭଳି ସଂକଳ୍ପକୁ ୫ଘଣ୍ଟା ନପୁରୁଣୁ ବୈଠକରେ ସାମିଲ ଥିବା ଅଫିସରମାନେ ଫୁ’ କରି ଉଡ଼ାଇ ଦେବା ସହ ସରକାରୀ ଅର୍ଥର ଦୁରୂପଯୋଗ କିଭଳି ହୋଇପାରେ ତା’ର ଉଦାହରଣ ସୃଷ୍ଟି କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପ୍ରଥମଥର ପାଇଁ ଜିଲ୍ଲାପାଳ ସମ୍ମିଳନୀ ସହ ଆଇଏଏସ ଅଫିସରମାନଙ୍କ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ‘ମୋ ସରକାର’ ଓ ‘ଫାଇଭ-ଟି’ ଉପରେ ଅଧିକ ଫୋକସ୍ ଦିଆଯାଇ ଲୋକଙ୍କୁ ବିଭିନ୍ନ ପ୍ରକାରର ଉପଯୁକ୍ତ ସରକାରୀ ସେବା କିଭଳି ମିଳିପାରିବ ଓ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହେବ ତାହା ଉପରେ ବୈଠକରେ ବିସ୍ତୃତ ଭାବେ ବିଚାରବିମର୍ଶ ହୋଇଥିଲା। ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରି ଲୋକମାନେ ହିଁ ପ୍ରଭୁ ଓ ସେମାନଙ୍କ ଅର୍ଥରେ ଦରମା ନେଉଥିବା ସମ୍ପର୍କରେ ସଚେତନ ସହ ସଂକଳ୍ପ ମଧ୍ୟ କରାଇଥିଲେ। କିନ୍ତୁ ସମ୍ମିଳନୀ ସରିବା ପରେ ପ୍ରାୟ ୧୩୦ଜଣ ଆଇଏଏସ୍ ଅଫିସର ସରକାରୀ ଅର୍ଥରେ ମଉଜ କରିବା ପାଇଁ ପୁରୀ-କୋଣାର୍କ ଯାଇଥିବା ଜଣାପଡ଼ିଛି।

ଏହି ଅଫିସରମାନଙ୍କୁ ନେବାଆଣିବା ପାଇଁ ୪ଟି ଶୀତତାପ ନିୟନ୍ତ୍ରିତ ଭାଲବୋ ବସ୍ ଓ ଅନ୍ୟାନ୍ୟ ଗାଡ଼ିର ବ୍ୟବସ୍ଥା ହୋଇଛି। ସେମାନେ କୋଣାର୍କରେ ଚାଲିଥିବା ‘ଇକୋ ରିଟ୍ରିଟ୍‌’ରେ ରାତି ବିତାଇବା ସହ ଅନ୍ୟ କେତେକଙ୍କ ପାଇଁ ସେଠାରେ ଥିବା ଯାତ୍ରୀ ନିବାସ ଓ ଏକ ଘରୋଇ ବିଳାସପୂର୍ଣ୍ଣ ରିସୋର୍ଟରେ ରହିବାର ବ୍ୟବସ୍ଥା ହୋଇଛି। ସେମାନଙ୍କ ଖାଇବା ଓ ମନୋରଞ୍ଜନ ପାଇଁ ମଧ୍ୟ ସରକାରୀ ଖର୍ଚ୍ଚରେ ଆବଶ୍ୟକ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି। ଏସବୁ ପାଇଁ ସରକାରୀ ରାଜକୋଷରୁ ପ୍ରାୟ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି।

ତେବେ ପ୍ରଶ୍ନ ଉଠୁଛି, ସରକାରୀ ସମ୍ମିଳନୀରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଥିବା ଆଇଏଏସ୍ ଅଫିସରମାନଙ୍କୁ ଟିଏ-ଡିଏ ଦିଆଯାଇଥିବାବେଳେ ପୁରୀ-କୋଣାର୍କରେ ସେମାନଙ୍କ ମନୋରଞ୍ଜନ ଓ ରାତ୍ରିଯାପନ ପାଇଁ ସରକାରୀ ତହବିଲରୁ ଅର୍ଥ କାହିଁକି ଖର୍ଚ୍ଚ ହେଉଛି? ଏତେ ବ୍ୟୟବହୁଳ ଆତିଥ୍ୟ କାହା ନିର୍ଦ୍ଦେଶରେ ସମ୍ପୃକ୍ତ ଆଇଏଏସ୍ ଅଫିସରମାନଙ୍କୁ ଦିଆଯାଉଛି? ବ୍ୟକ୍ତିଗତ ଖର୍ଚ୍ଚରେ ଆଇଏଏସ୍ ଅଫିସରମାନେ ପୁରୀ-କୋଣାର୍କ ବୁଲି ପାରିବେ ନାହିଁ ନା ଆର୍ଥିକ ଦୃଷ୍ଟିରୁ ସେମାନେ ସକ୍ଷମ ନୁହଁନ୍ତି?

ଯଦି ଲୋକଙ୍କ ଅର୍ଥରେ ସେମାନେ ଦରମା ନେଉଛନ୍ତି ଓ ଲୋକମାନେ ସେମାନଙ୍କର ପ୍ରଭୁ ତା’ହେଲେ ସାଧାରଣ ଲୋକଙ୍କ ଟିକସ ଅର୍ଥକୁ ହାତଗଣତି ଆଇଏଏସ ଅଫିସରମାନଙ୍କ ମନୋରଞ୍ଜନରେ କାହିଁକି ଖର୍ଚ୍ଚ କରାଯାଉଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story