ଡେଙ୍ଗୁ ଡର: ବଡ଼ବିଲ୍‌ ପୌରାଞ୍ଚଳରେ ୩ ଦିନ ସ୍କୁଲ୍ ବନ୍ଦ

କେନ୍ଦୁଝର/କଟକ: ବଡ଼ବିଲରେ ଡେଙ୍ଗୁ ସ୍ଥିତି ଉଦ୍‌ବେଗଜନକ ରହିଥିବା ବେଳେ ଆଜିଠାରୁ ୩ ଦିନ ପାଇଁ ବଡ଼ବିଲ ପୌରାଞ୍ଚଳର ସମସ୍ତ ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଡେଙ୍ଗୁ ଆକ୍ରାନ୍ତଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗରେ  ସହରବାସୀ  ଆଜି  ମେଡିକାଲ ଘେରାଉ କରିଥିଲେ। ସହରରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବାସିନ୍ଦା  ଅଶୋକ ଠକର କହିଛନ୍ତି,“ବହୁ ଦୁଃଖର  କଥା ଯେ  ବଡ଼ବିଲରେ ଡେଙ୍ଗୁ […]

badabila

badabila

Rakesh Mallick
  • Published: Monday, 11 July 2016
  • Updated: 11 July 2016, 08:26 PM IST

Sports

Latest News

କେନ୍ଦୁଝର/କଟକ: ବଡ଼ବିଲରେ ଡେଙ୍ଗୁ ସ୍ଥିତି ଉଦ୍‌ବେଗଜନକ ରହିଥିବା ବେଳେ ଆଜିଠାରୁ ୩ ଦିନ ପାଇଁ ବଡ଼ବିଲ ପୌରାଞ୍ଚଳର ସମସ୍ତ ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଡେଙ୍ଗୁ ଆକ୍ରାନ୍ତଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗରେ  ସହରବାସୀ  ଆଜି  ମେଡିକାଲ ଘେରାଉ କରିଥିଲେ। ସହରରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ବାସିନ୍ଦା  ଅଶୋକ ଠକର କହିଛନ୍ତି,“ବହୁ ଦୁଃଖର  କଥା ଯେ  ବଡ଼ବିଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦୦ରୁ ଅଧିକ ଥିବା ବେଳେ ଏଠାକାର ଡାକ୍ତରଖାନାରେ ୫ ଜଣ ମଧ୍ୟ ଡାକ୍ତର ନାହାନ୍ତି। ଡାକ୍ତରଖାନାରେ ନର୍ସଙ୍କ ଅଭାବ ରହିଛି। ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ପାଇଁ କୌଣସି ସୁବିଧା ନାହିଁ। ରୋଗୀ କ’ଣ ମରିଗଲା ପରେ ସରକାର ଏହି କଥାକୁ ଗୁରୁତ୍ୱର ସହ ନେବେ?”

ବଡ଼ବିଲ ଅତିରିକ୍ତ ତହସିଲଦାର ମନୋରଞ୍ଜନ ଦେଓ କହିଛନ୍ତି,“ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ଠିକ୍ ଭାବରେ କରାଯାଉଛି। କିନ୍ତୁ ଡାକ୍ତର ଅଭାବ ଅଛନ୍ତି। ଲୋକମାନେ ଆତଙ୍କିତ ହେବାର କୌଣସି କାରଣ ନାହିଁ।  ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମିଲାଣି।  ଆଗରୁ ଡେଙ୍ଗୁ ରୋଗୀ ୩୩ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ୨୫ ପ୍ରତିଶତ ରହିଛି।”

ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ଡେଙ୍ଗୁ ସ୍ଥିତିର ସମୀକ୍ଷା କରିଥିଲେ। ସେ କହିଥିଲେ,“ ଏସ୍‌ସିବି ମେଡିକାଲ କଲେଜରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ କରାଯାଇଛି। ସେଠାରେ ବେଡ୍ ସଂଖ୍ୟା ୫୦ରୁ ୧୦୦କୁ ବୃଦ୍ଧି କରାଯାଇଛି। ଆବଶ୍ୟକ ହେଲେ ବେଡ୍ ସଂଖ୍ୟା ଆହୁରି ବୃଦ୍ଧି କରାଯିବ। ଏକ ଡାକ୍ତରୀ ଟିମ୍‌୨୪ ଘଣ୍ଟା ଉପସ୍ଥିତ ରହି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ଆଇସିୟୁ ମଧ୍ୟ ପ୍ରସ୍ତୁତ ହୋଇ ରହିଛି।”

କଟକ ଜଗତପୁର ଅଞ୍ଚଳରେ  ଡେଙ୍ଗୁସ୍ଥିତି  ଉଦ୍‌ବେଗଜନକ ରହିଛି। ଜିଲ୍ଲାରେ ଏଯାଏଁ ମୋଟ ୬୦ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ କେବଳ ଜଗତପୁରରେ ୪୪ ଜଣ ଡେଙ୍ଗୁରୋଗୀ ଅଛନ୍ତି। କଟକ ମେଡିକାଲର ସ୍ପେଶାଲ ଡେଙ୍ଗୁ ୱାର୍ଡରେ ୫୧ ଜଣ ଡେଙ୍ଗୁରୋଗୀ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ୩ ଜଣଙ୍କୁ ଆଇସିୟୁରେ  ଭର୍ତ୍ତି କରାଯାଇଛି।

କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଅନୁଗୋଳ ଜିଲ୍ଲାର ଜଣେ ରୋଗୀଙ୍କର ଗତକାଲି ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଟୁନା ନାଏକ। ଟୁନାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲରୁ କଟକ ବଡ଼ମେଡିକାଲକୁ ଅଣାଯାଇଥିଲା। ଆଇସିୟୁରେ ଚିକିତ୍ସା ଚାଲିଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story