ପିଆଜ ମଞ୍ଜି ପରେ ବାଦାମ ବିହନ ଘୋଟାଲା:ଚାଷୀଙ୍କୁ ଦିଆଯାଇଛି ନିମ୍ନମାନର ବିହନ

ଭୁବନେଶ୍ୱର: ଚାଷୀଙ୍କୁ ବିହନ ଯୋଗାଣରେ ଆଉ ଏକ କେଳଙ୍କାରୀ। ପିଆଜ ମଞ୍ଜିର ଘୋଟାଲା ପରେ ଏବେ ଆସିଛି ନିମ୍ନମାନର ବାଦାମମଞ୍ଜି ଯୋଗାଣର ଅଭିଯୋଗ। ଚାଷୀଙ୍କ ଆବଶ୍ୟକ ହେଉଥିବା ବାଦାମ ବିହନରେ ମିଶାଯାଇଛି ଭିନ୍ନ ଭିନ୍ନ କିସମର ନିମ୍ନମାନର ବିହନ। କିଛି ସ୍ଥାନରେ ବିହନ ବୁଣି ଚାଷୀ ଗଛ ହେବାକୁ ଅପେକ୍ଷା କରିଥିବା ବେଳେ କିଛି ସ୍ଥାନରେ ବିହନରୁ ଗଜା ହେବା ନେଇ ଆଶଙ୍କା କରୁଛନ୍ତି ଚାଷୀ।  ଚାଷୀ ଆବଶ୍ୟକ କରୁଥିବା କେ-୬ ମାନର ବିହନରେ ଅପମିଶ୍ରଣ ହୋଇଥିବା ଅଭିଯୋଗ […]

badam

badam

Rakesh Mallick
  • Published: Thursday, 19 November 2015
  • Updated: 20 November 2015, 02:40 AM IST

Sports

Latest News

badam1ଭୁବନେଶ୍ୱର: ଚାଷୀଙ୍କୁ ବିହନ ଯୋଗାଣରେ ଆଉ ଏକ କେଳଙ୍କାରୀ। ପିଆଜ ମଞ୍ଜିର ଘୋଟାଲା ପରେ ଏବେ ଆସିଛି ନିମ୍ନମାନର ବାଦାମମଞ୍ଜି ଯୋଗାଣର ଅଭିଯୋଗ। ଚାଷୀଙ୍କ ଆବଶ୍ୟକ ହେଉଥିବା ବାଦାମ ବିହନରେ ମିଶାଯାଇଛି ଭିନ୍ନ ଭିନ୍ନ କିସମର ନିମ୍ନମାନର ବିହନ। କିଛି ସ୍ଥାନରେ ବିହନ ବୁଣି ଚାଷୀ ଗଛ ହେବାକୁ ଅପେକ୍ଷା କରିଥିବା ବେଳେ କିଛି ସ୍ଥାନରେ ବିହନରୁ ଗଜା ହେବା ନେଇ ଆଶଙ୍କା କରୁଛନ୍ତି ଚାଷୀ।  ଚାଷୀ ଆବଶ୍ୟକ କରୁଥିବା କେ-୬ ମାନର ବିହନରେ ଅପମିଶ୍ରଣ ହୋଇଥିବା ଅଭିଯୋଗ ହୋଇଛି।

ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦର ଜଣେ ଚାଷୀ କହିଛନ୍ତି ଯେ ସେ ସଂପୂର୍ଣ୍ଣ ଭାବେ ବାଦାମ ଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ସେ ବିହନ ନିଗମରୁ ପାଇଥିବା ବାଦାମ ବିହନ ନିମ୍ନମାନର। ଏହି ବିହନ ଚାଷ କଲେ ଆତ୍ମହତ୍ୟା କରିବା ଛଡ଼ା ଆଉ କିଛି ଚାରା ରହିବ ନାହିଁ।

କମ୍ ବର୍ଷା ଯୋଗୁ ଅନେକ ସ୍ଥାନରେ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ତୈଳବୀଜ ଚାଷକୁ ଗୁରୁତ୍ୱ ଦେଉଛନ୍ତି ସରକାର। ବିହନ ନିଗମ ମାଧ୍ୟମରେ ବାଦାମ ଚାଷ ପାଇଁ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଇଛି। ବିହନ ଦେଇଛି ମହାରାଷ୍ଟ୍ର ସିଡ୍ କର୍ପୋରେସେନ। ଆଉ ଏହାକୁ ସାର୍ଟିଫାଏ କରିଛି ଆନ୍ଧ୍ରପ୍ରଦେଶ ସିଡ୍ ସାଟିର୍ଟିଫିକେସନ ଏଜେନେସି। ତେବେ ବିହନ ଥିବା ବସ୍ତା ଉପରେ ଲାଗିଥିବା ଟ୍ୟାଗ ଉପରେ ପ୍ୟାକିଂର ତାରିଖ ପଡିଛି ମାର୍ଚ୍ଚ ୨୦୧୫ର। ୬ ମାସ ମଧ୍ୟରେ ଏହି ବିହନ ଉପଯୋଗ ହେବା କଥା। ଚାଷୀଙ୍କ ଅଭିଯୋଗ, ନକଲି ଟ୍ୟାଗ୍ ଲଗାଇ ଚାଷୀଙ୍କୁ ଠକିଛି ବିହନ ନିଗମ। ଆନ୍ଧ୍ର ମଣ୍ଡିରୁ ବାଦମ କିଣି ଏହାକୁ ବିହନ କହି ଚାଷୀଙ୍କୁ ବିକ୍ରି କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଚାଷୀ ନେତା ସମୀର ଦାସ।

ତେବେ ନିମ୍ନମାନର ବିହନ ସଂପର୍କରେ ଅଭିଯୋଗ ଆସିନି ବୋଲି କହିଛି ବିହନ ନିଗମ। ଏ ନେଇ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିନ ନିଗମ ଅଧ୍ୟକ୍ଷ ଯୋଗେନ୍ଦ୍ର ତ୍ରିପାଠୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos