ବିନା ଦୋଷରେ ବାପ,ପୁଅ ଜେଲ୍‌ ଯିବା ଘଟଣା: ବଦଳିଲେ ବାଦାମପାହାଡ଼ ଥାନା ବାବୁ

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲାରେ ବିନା ଦୋଷରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ଅଢ଼େଇ ମାସ ସଜା କାଟିବା ଘଟଣାରେ ବାଦାମପାହାଡ଼ ଥାନା ଓଆଇସି ଶଶଧର ସେଠୀଙ୍କୁ ବଦଳି କରାଯାଇଛି। ଏ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏସ୍‌ପି ଅଫିସକୁ ତାଙ୍କର ବଦଳି କରାଯାଇଛି। ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୭ ତାରିଖରେ ପାହାଡ଼ପୁର ଗାଁ ନିକଟ ଜଙ୍ଗଲରୁ ପୁଲିସ୍ ଜଣେ ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା। ଏହି ମୃତଦେହ […]

rairangpur,,,

rairangpur,,,

Tapaswini Nayak
  • Published: Monday, 29 July 2019
  • Updated: 29 July 2019, 12:54 PM IST

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲାରେ ବିନା ଦୋଷରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ଅଢ଼େଇ ମାସ ସଜା କାଟିବା ଘଟଣାରେ ବାଦାମପାହାଡ଼ ଥାନା ଓଆଇସି ଶଶଧର ସେଠୀଙ୍କୁ ବଦଳି କରାଯାଇଛି। ଏ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏସ୍‌ପି ଅଫିସକୁ ତାଙ୍କର ବଦଳି କରାଯାଇଛି।

ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୭ ତାରିଖରେ ପାହାଡ଼ପୁର ଗାଁ ନିକଟ ଜଙ୍ଗଲରୁ ପୁଲିସ୍ ଜଣେ ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା। ଏହି ମୃତଦେହ ପୁରୁଣାପାଣି ଗାଁର ସଞ୍ଜୟ ନାୟକଙ୍କ ସ୍ତ୍ରୀ ରାଇମଣି (୨୦) ବୋଲି ପୁଲିସ୍ କହିଥିଲା। ପରବର୍ତ୍ତୀ ସମୟରେ ପୁଲିସ୍ ରାଇମଣିଙ୍କୁ ହତ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀ ସଞ୍ଜୟ ଓ ଶ୍ୱଶୁର ମଙ୍ଗଳ ନାଏକଙ୍କୁ ଗିରଫ କରିଥିଲା। ମେ’ ୮ ତାରିଖରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତେବେ ଚଳିତ ମାସ ୧୮ ତାରିଖରେ ରାଇମଣି ଘରକୁ ଫେରିବା ପରେ ଗାଁ ଲୋକେ ତାଜୁବ୍ ହୋଇ ଯାଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ପୁଲିସ୍ ରାଇମଣିକୁ ନେଇ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା। ଏହାପରେ କୋର୍ଟ ସଞ୍ଜୟ ଓ ତାଙ୍କ ବାପାଙ୍କୁ ଜେଲରୁ ଖଲାସ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଢ଼େଇ ମାସ ପରେ ଗତକାଲି ସେମାନେ ଜେଲରୁ ଖଲାସ ହୋଇଥିଲେ। ଅନ୍ୟପକ୍ଷରେ ସେତେବେଳେ ମିଳିଥିବା ଅର୍ଦ୍ଧଦଗ୍ଧ ମୃତଦେହ କାହାର, ସେନେଇ ପୁଣି ତଦନ୍ତ ହେବା ପରେ ଯାଇ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story