ଦୋଳ ପୂର୍ଣ୍ଣିମା ଅବସରରେ ବାଡ଼ି ଖେଳିଲେ ଗୋପାଳ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବାହାନଗା ଅଞ୍ଚଳରେ ଧୁମ୍‌ଧାମରେ ପାଳିତ ହେଉଛି ମେଳଣ ଉତ୍ସବ।   ଗୋପାଳ ସଂପ୍ରଦାୟର ଲୋକେ ଏକାଠି ହୋଇ ଦୋଳପୂର୍ଣ୍ଣିମାକୁ ମହାଆଡ଼ମ୍ବରରେ ପାଳନ କରିଛନ୍ତି। ଗୋପାଳପୁର ପଞ୍ଚାୟତର ପ୍ରାୟ ୩୦ରୁ ଅଧିକ ପରିବାର ଘରୁ କଳସ କାନ୍ଧରେ ନେଇ ପୋଖରୀରୁ ପାଣି ଆଣି ରାଧାକୃଷ୍ଣଙ୍କୁ ପୂଜା କରିଥିଲେ। ଗୋପାଳ ସମ୍ପ୍ରଦାୟର ଲୋକେ କୃଷ୍ଣଙ୍କୁ ଇଷ୍ଟ ଦେବତା ଭାବେ ପୂଜା କରୁଥିବାରୁ, ଅପରାହ୍ନରେ ଗାଈଗୋରୁଙ୍କୁ ପୂଜା କରିଥିଲେ। ପୁରୁଷମାନେ ଏହି ଅବସରରେ ବାଡିଖେଳ ପ୍ରଦର୍ଶନ କରିଥିଲେ। […]

badi khala in balasore

badi khala in balasore

Rakesh Mallick
  • Published: Thursday, 01 March 2018
  • Updated: 01 March 2018, 06:26 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବାହାନଗା ଅଞ୍ଚଳରେ ଧୁମ୍‌ଧାମରେ ପାଳିତ ହେଉଛି ମେଳଣ ଉତ୍ସବ।   ଗୋପାଳ ସଂପ୍ରଦାୟର ଲୋକେ ଏକାଠି ହୋଇ ଦୋଳପୂର୍ଣ୍ଣିମାକୁ ମହାଆଡ଼ମ୍ବରରେ ପାଳନ କରିଛନ୍ତି। ଗୋପାଳପୁର ପଞ୍ଚାୟତର ପ୍ରାୟ ୩୦ରୁ ଅଧିକ ପରିବାର ଘରୁ କଳସ କାନ୍ଧରେ ନେଇ ପୋଖରୀରୁ ପାଣି ଆଣି ରାଧାକୃଷ୍ଣଙ୍କୁ ପୂଜା କରିଥିଲେ। ଗୋପାଳ ସମ୍ପ୍ରଦାୟର ଲୋକେ କୃଷ୍ଣଙ୍କୁ ଇଷ୍ଟ ଦେବତା ଭାବେ ପୂଜା କରୁଥିବାରୁ, ଅପରାହ୍ନରେ ଗାଈଗୋରୁଙ୍କୁ ପୂଜା କରିଥିଲେ। ପୁରୁଷମାନେ ଏହି ଅବସରରେ ବାଡିଖେଳ ପ୍ରଦର୍ଶନ କରିଥିଲେ। ଦୋଳ ପୂର୍ଣ୍ଣିମାରେ ଉଭୟ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଉପବାସ କରି ଗ୍ରାମ ପରିକ୍ରମା କରିବା ସହ ରାଧାଗୋବିନ୍ଦଙ୍କୁ ପୂଜା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos