ବାଘ ଜଳସେଚନ ବ୍ୟାରେଜ୍‌ରେ କ୍ରେନ୍ ଓଲଟି ୩ ମୃତ,୨ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ଶଗଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ନିର୍ମାଣାଧୀନ ବାଘ ମଧ୍ୟମ ଜଳସେଚନ ପ୍ରକଳ୍ପ ବ୍ୟାରେଜ୍‌ରେ କ୍ରେନ୍‌ ଓଲଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ହେଲେ ନବରଙ୍ଗପୁର ଜିଲ୍ଲା ଆଉଳିଗୁମାର ଭୀମ ମୁଦୁଲି ଓ ଟୁଲୁ କେରା। ଆହତ ଦ୍ୱୟ ହେଉଛନ୍ତି ଦେବଜାନି ଓ କୃଷ୍ଣ ମୁଦୁଲି। ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମେଡିକାଲରେ […]

barrage

barrage

Rakesh Mallick
  • Published: Monday, 06 March 2017
  • Updated: 06 March 2017, 02:37 PM IST

Sports

Latest News

ବୌଦ୍ଧ: ବୌଦ୍ଧ ଜିଲ୍ଲା ଶଗଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ନିର୍ମାଣାଧୀନ ବାଘ ମଧ୍ୟମ ଜଳସେଚନ ପ୍ରକଳ୍ପ ବ୍ୟାରେଜ୍‌ରେ କ୍ରେନ୍‌ ଓଲଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ମୃତକଙ୍କ ମଧ୍ୟରୁ ଦୁଇ ଜଣ ହେଲେ ନବରଙ୍ଗପୁର ଜିଲ୍ଲା ଆଉଳିଗୁମାର ଭୀମ ମୁଦୁଲି ଓ ଟୁଲୁ କେରା। ଆହତ ଦ୍ୱୟ ହେଉଛନ୍ତି ଦେବଜାନି ଓ କୃଷ୍ଣ ମୁଦୁଲି। ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମେଡିକାଲରେ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି।

ଆଜି ସକାଳ ପ୍ରାୟ ୯ଟା ବେଳେ କ୍ରେନ୍‌ଟି ଓଭରଲୋଡିଂ ହୋଇ ବ୍ୟାରେଜ୍ ଉପରେ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୋନପୁର ଡାକ୍ତରଖାନାରେ ଆଉ ଜଣେ ପ୍ରାଣ ହରାଇଛନ୍ତି।

ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କ ଆତ୍ମୀୟ ପାଇଁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ଆହତଙ୍କୁ ୫୦ହଜାର ଟଙ୍କା ଓ ମାଗଣା ଚିକିତ୍ସା ଯୋଗାଇବା ଦିଆଯିବା ନେଇ ଘୋଷଣା କରିଛନ୍ତି।

ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ମେକାନିକାଲଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ଦିନ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos