ବାହାଘର କାର୍ଡ ବାଣ୍ଟିବାକୁ ଯିବା କାଳ ହେଲା: ସଡ଼କ ଦୁର୍ଘଟଣାରେ ୨ ମୃତ

ଅନୁଗୋଳ: ନିଜ ବାହାଘର କାର୍ଡ ବାଣ୍ଟିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଜଣେ ଯୁବକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ପାଲଲହଡା ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ବାଇକ୍‌କୁ ଟ୍ରକ୍‌ ଧକ୍କା ଦେବା ଫଳରେ ଏପରି ଘଟଣା ଘଟିଛି। ମୃତକମାନେ ହେଲେ ବିବାହ ହେବାକୁ ଥିବା ପାଲଲହଡ଼ ଉଦୟପୁର ସାହିର ଶରତ ମହାକୁଳ ଏବଂ ଶାସନ ସାହିର ଲିଙ୍ଗରାଜ ସେନାପତି ଓ ଗୁରୁତର […]

anugol

anugol

Rakesh Mallick
  • Published: Friday, 04 March 2016
  • Updated: 04 March 2016, 06:04 AM IST

Sports

Latest News

ଅନୁଗୋଳ: ନିଜ ବାହାଘର କାର୍ଡ ବାଣ୍ଟିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଜଣେ ଯୁବକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ପାଲଲହଡା ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ବାଇକ୍‌କୁ ଟ୍ରକ୍‌ ଧକ୍କା ଦେବା ଫଳରେ ଏପରି ଘଟଣା ଘଟିଛି। ମୃତକମାନେ ହେଲେ ବିବାହ ହେବାକୁ ଥିବା ପାଲଲହଡ଼ ଉଦୟପୁର ସାହିର ଶରତ ମହାକୁଳ ଏବଂ ଶାସନ ସାହିର ଲିଙ୍ଗରାଜ ସେନାପତି ଓ ଗୁରୁତର ସଞ୍ଜୟ ମହାକୁଡ଼ଙ୍କ ଘର ଝିମିରିପାଲି ଗାଁରେ। ତାଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୧ ତାରିଖରେ ଶରତଙ୍କ ବାହାଘର ହୋଇଥାନ୍ତା। ଏଥିପାଇଁ ସେ ଦୁଇ ସାଙ୍ଗ ଲିଙ୍ଗରାଜ ଏବଂ ସଞ୍ଜୟ ସହ ଗୁରୁବାର କାର୍ଡ ବାଣ୍ଟିବାକୁ ଯାଇଥିଲେ। କାର୍ଡ ବାଣ୍ଟି ରାତିରେ ଫେରୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଟ୍ରକ୍‌ ଜବତ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos