ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା; ରାଜ୍ୟର ସାଂପ୍ରତିକ ପ୍ରସଙ୍ଗ ଉପରେ କଲେ ଆଲୋଚନା

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁଙ୍କୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରାଜଭବନରେ ଭେଟିଛନ୍ତି। ଭେଙ୍କେୟାଙ୍କ ସହ ରାଜ୍ୟର ବିଭିନ୍ନ ସାଂପ୍ରତିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବୋଲି ବୈଜୟନ୍ତ ଟ୍ୱିଟ୍ କରି ଜଣାଇଛନ୍ତି। ଭେଙ୍କେୟା ନାଇଡୁ ଉପରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଆଜି ସେ କିଟ୍ ବିଶ୍ୱ ବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଭେଙ୍କେୟାଙ୍କ ସହ ଏହି  କାର୍ଯ୍ୟକ୍ରମରେ ରାଜ୍ୟପାଳ ଏସ.ସି. […]

nn

nn

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 11:47 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁଙ୍କୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରାଜଭବନରେ ଭେଟିଛନ୍ତି। ଭେଙ୍କେୟାଙ୍କ ସହ ରାଜ୍ୟର ବିଭିନ୍ନ ସାଂପ୍ରତିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବୋଲି ବୈଜୟନ୍ତ ଟ୍ୱିଟ୍ କରି ଜଣାଇଛନ୍ତି।

ଭେଙ୍କେୟା ନାଇଡୁ ଉପରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଆଜି ସେ କିଟ୍ ବିଶ୍ୱ ବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଭେଙ୍କେୟାଙ୍କ ସହ ଏହି  କାର୍ଯ୍ୟକ୍ରମରେ ରାଜ୍ୟପାଳ ଏସ.ସି. ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

ଗତକାଲି ଉପ ରାଷ୍ଟ୍ରପତି ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ। ସେଠାରୁ ଉପରାଷ୍ଟ୍ରପତି ସିଧା ରାଜଭବନ ଯାଇ ସେଠାରେ ରାତ୍ରୀ ଯାପନ କରିଥିଲେ। କିଟ୍ ସମାବର୍ତ୍ତନ ଉତ୍ସବ ସମାପନ ପରେ ସେ ପୁଣି ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos