ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ
ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଶେଷରେ ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା। ଲୋକସଭା ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ। ଏନେଇ ଟ୍ୱିଟ୍ ଯୋଗେ ଜଣାଇଛନ୍ତି ବୈଜୟନ୍ତ। ଦଳ ଛାଡ଼ିବା ବେଳେ ନବୀନଙ୍କୁ ଚିଠିରେ ମୁଁ ଏକଥା ଜଣାଇଥିଲି। ପିତାଙ୍କ ଶୁଦ୍ଧିକ୍ରିୟା ପରେ ସାଂସଦ ପଦରୁ ଇସ୍ତଫା ଦେବା ନେଇ କହିଥିବା ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ଶୁଦ୍ଧିକ୍ରିୟା ପରେ ମୁଁ ବାଚସ୍ପତିଙ୍କୁ ଭେଟିବାକୁ ଚାହିଁଥିଲି। ବାଚସ୍ପତି ବିଦେଶ ଗସ୍ତରେ ଥିବାରୁ ଭେଟି ପାରି ନ ଥିଲି। ବାଚସ୍ପତିଙ୍କୁ ଭେଟି ନପାରି ଇସ୍ତଫା ପତ୍ର ପଠାଇ ଦେଇଛି ବୋଲି ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି।
"ବିଜେଡି ଛାଡ଼ିବାର ଇଚ୍ଛା ନେଇ ନବୀନ ପଟ୍ଟନାୟକଙ୍କୁ ଦେଇଥିବା ପତ୍ରରେ ମୁଁ ଉଲ୍ଲେଖ କରିଥିଲି ଯେ ମୋ ବାପାଙ୍କ ଶୁଦ୍ଧିକ୍ରିୟା ସରିବା ପରେ ମୁଁ ଲୋକସଭାରୁ ଇସ୍ତଫା ଦେବି। ଶୁଦ୍ଧିକ୍ରିୟା ଶେଷ ହେବାର ପର ଦିନ, ନିୟମ ଅନୁଯାୟୀ ମୁଁ ସମ୍ମାନନୀୟ ବାଚସ୍ପତିଙ୍କୁ ସାକ୍ଷାତ କରିବା ଲାଗି ସମୟ ମାଗିଥିଲି। ଏହା ସମ୍ଭବ ହୋଇପାରି ନ ଥିଲା… 1/2
— Baijayant Panda Odia (@Panda_Odia) June 12, 2018
ପୂର୍ବରୁ ଗତ ମେ ୨୮ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ନିଜ ଇସ୍ତଫା ପତ୍ର ସେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଥିଲେ। ଜାନୁୟାରୀ ୨୪ ତାରିଖରେ ଦଳ ବିରୋଧି କାର୍ଯ୍ୟ ଲାଗି ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ପରେ ସେହି ଦୁଃଖଦ ମୁହୂର୍ତ୍ତରେ ବିଜେଡିରୁ ଜଣେ ହେଲେ ବି କେହି ତାଙ୍କ ଶେଷ ଦର୍ଶନ ପାଇଁ ନ ଆସିବା ଏହା ତାଙ୍କୁ ଗଭୀର ଭାବରେ ମର୍ମାହତ କରିଥିଲା। ଏହି କାରଣରୁ ସେ ଇସ୍ତଫା ଦେଇଥିବା ଲେଖିଥିଲେ।ଏନେଇ ସେ ୩ ଫର୍ଦ୍ଦିଆ ଇସ୍ତଫା ପଠାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।