ବିପଦ ସଙ୍କେତ ଉପରେ ବୈତରଣୀ

ଭଦ୍ରକ (ପାର୍ଥ ସାରଥି ନାୟକ): ଲଘୁଚାପ ଜନିତ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଥିବା ବେଳେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ଏବେ ସେଠାରେ ୧୭.୯୩ ମିଟର ଉପରେ ଜଳ ପ୍ରବାହିତ ହେଉଛି। ହେଲେ ସକାଳ ୭ଟା ମଧ୍ୟରେ ସେଠାରେ ୧୭.୭୧ ମିଟରରେ ଜଳ ପ୍ରବାହିତ ହେଉଥିଲା।  ବୈତରଣୀରେ ବନ୍ୟା ଆସିଲେ ମୁଖ୍ୟତଃ ଭଣ୍ଡାରିପୋଖରୀ, […]

bhadrak

bhadrak

Tapaswini Nayak
  • Published: Tuesday, 14 September 2021
  • Updated: 14 September 2021, 10:16 AM IST

Sports

Latest News

ଭଦ୍ରକ (ପାର୍ଥ ସାରଥି ନାୟକ): ଲଘୁଚାପ ଜନିତ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଥିବା ବେଳେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ଏବେ ସେଠାରେ ୧୭.୯୩ ମିଟର ଉପରେ ଜଳ ପ୍ରବାହିତ ହେଉଛି। ହେଲେ ସକାଳ ୭ଟା ମଧ୍ୟରେ ସେଠାରେ ୧୭.୭୧ ମିଟରରେ ଜଳ ପ୍ରବାହିତ ହେଉଥିଲା।  ବୈତରଣୀରେ ବନ୍ୟା ଆସିଲେ ମୁଖ୍ୟତଃ ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ବହୁ ପଞ୍ଚାୟତ ଜଳମଗ୍ନ ହୋଇଯାଇଥାଏ।

[caption id="attachment_675503" align="aligncenter" width="650"]bhadrak, ବୈତରଣୀରେ ବଢ଼ୁଛି ଜଳସ୍ତର[/caption]

ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଆଜି ବି ଅନେକ ସ୍ଥାନରେ ବର୍ଷା ହେଉଛି। ବିଶେଷ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗି ରହିଛି। ଆଜି ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୁର୍ବାନୁମାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos