ବଲାଙ୍ଗିର: ବଡମାଲ ଷ୍ଟେସନ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ଟିଟିଇ ଠେଲି ଦେଇଥିବା ଅଭିଯୋଗ

ବଲାଙ୍ଗିର: ବଡମାଲ୍ ରେଳ ଷ୍ଟେସନରୁ ଦୁଇ କିଲୋମିଟର ଦୂରରୁ ଜଣେ ଯୁବକଙ୍କ ମୃତଦେହକୁ ବଲାଙ୍ଗିର ଜି.ଆର୍.ପି ପୋଲିସ ଉଦ୍ଧାର କରିଛି। ଯୁବକ ଜଣକର ପରିଚୟ ମିଳିପାରିନି। ତାଙ୍କୁ ଇସ୍ପାତ୍ ଏକ୍ସପ୍ରେସରେ ଟ୍ରେନରୁ ଟିଟିଇ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଟ୍ରେନ୍ ବଡମାଲ ରେଳ ଷ୍ଟେସନ ପହଞ୍ଚିବା ପୂର୍ବରୁ ଟିଟିଇ ଜଣକ ଯୁବକକୁ ଟିକେଟ ମାଗିଥିଲେ। ହେଲେ ଦୁଇ ଜଣଙ୍କ ମଧ୍ୟରେ କଥା କଟାକଟି ପରେ ଟ୍ରେନରୁ ଟିଟିଇ ଠେଲି ଦେଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଆରପି ଏନେଇ […]

MUTHA-67

MUTHA-67

Rakesh Mallick
  • Published: Sunday, 08 November 2015
  • Updated: 08 November 2015, 01:59 PM IST

ବଲାଙ୍ଗିର: ବଡମାଲ୍ ରେଳ ଷ୍ଟେସନରୁ ଦୁଇ କିଲୋମିଟର ଦୂରରୁ ଜଣେ ଯୁବକଙ୍କ ମୃତଦେହକୁ ବଲାଙ୍ଗିର ଜି.ଆର୍.ପି ପୋଲିସ ଉଦ୍ଧାର କରିଛି। ଯୁବକ ଜଣକର ପରିଚୟ ମିଳିପାରିନି। ତାଙ୍କୁ ଇସ୍ପାତ୍ ଏକ୍ସପ୍ରେସରେ ଟ୍ରେନରୁ ଟିଟିଇ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଟ୍ରେନ୍ ବଡମାଲ ରେଳ ଷ୍ଟେସନ ପହଞ୍ଚିବା ପୂର୍ବରୁ ଟିଟିଇ ଜଣକ ଯୁବକକୁ ଟିକେଟ ମାଗିଥିଲେ। ହେଲେ ଦୁଇ ଜଣଙ୍କ ମଧ୍ୟରେ କଥା କଟାକଟି ପରେ ଟ୍ରେନରୁ ଟିଟିଇ ଠେଲି ଦେଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଆରପି ଏନେଇ ଏକ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଶବ ବ୍ୟବଚ୍ଛେଦ କରାଯାଇଛି। ସନ୍ଦେହ ଘେରରେ ଥିବା କିଛି ଟିଟିଇଙ୍କୁ ଜିଆରପି ପୋଲିସ ପଚରାଉଚରା କରିବ ବୋଲି ଜଣାପଡିଛି। ସେପଟେ ଏଭଳି ଏକ ଅଭିଯୋଗ ଆସିବା ପରେ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos