ବଲାଙ୍ଗିର ଯୋଗାଣ ବିଭାଗ ଅଫିସରେ ଲାଞ୍ଚ ଘଟଣା:ବୃକୋଦର ନାଗ ନିଲମ୍ବିତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ଟୋକନ୍‌ ପାଇଁ ଚାଷୀଙ୍କଠୁ ଲାଞ୍ଚ ଆଦାୟ ନେଇ  ଓଟିଭିରେ  ଖବର ପ୍ରସାରଣ ପରେ ଲାଞ୍ଚ ନେଉଥିବା କର୍ମଚାରୀ ବୃକଦତ୍ତ ନାଗଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି। ତାଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ  ପୂର୍ବରୁ ଜିଲ୍ଲା  ଯୋଗାଣ ଅଧିକାରୀ ଏମଡିଙ୍କୁ ସୁପାରିଶ କରିଥିଲେ। ସେହି ନିର୍ଦ୍ଦେଶ ଆଧାରରେ ଆଜି ଯୋଗାଣ ବିଭାଗ ତାଙ୍କୁ ନିଲମ୍ବିତ କରିଛି। ଏହି ଲାଞ୍ଚ କାରବାର ଓଟିଭି କ୍ୟାମେରାରେ କଏଦ ହୋଇଥିଲା।