ଜଳ ପାଇଁ ଯନ୍ତ୍ରୀ ବନ୍ଦୀ; ବଲାଙ୍ଗିରରେ ତାତିଲେ ମହିଳା, ନୟାଗଡ଼ରେ ବିକ୍ଷୋଭ

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ। ତାତିରେ ଅସ୍ତବ୍ୟସ୍ତ ଜୀବନଯାତ୍ରା। ଦିନ ୧୦ଟା ବେଳକୁ ରାସ୍ତାଘାଟ୍‌ ଲୋକ ଶୂନଶାନ ହୋଇଯାଇଛି। ଗରମର ପ୍ରଭାବ ଆହୁରି ୨ ଦିନ ରହିବ ବୋଲି ପାଣିପାଗ ବିଭାଗର ଅନୁମାନ କରୁଛି। ସେପଟେ ଖରାର ତାତି ବଢିବା ସହ ବିଭିନ୍ନ ସ୍ଥାନରେ ଜଳକଷ୍ଟ ବଢିବାରେ ଲାଗିଛି। ପାଣି ପାଇଁ ଆଜି ରାସ୍ତାକୁ ଓହ୍ଲାଇଥିଲେ ବଲାଙ୍ଗିର ଓ ଖଣ୍ଡପ଼ଡା ସହରର ଶତାଧିକ ମହିଳା। ପାଣି ପାଇଁ ଯନ୍ତ୍ରୀଙ୍କୁ ମହିଳାଙ୍କ ଘେରାବନ୍ଦୀ। ବଲାଙ୍ଗିର ଜନସ୍ୱାସ୍ଥ୍ୟ […]

water problem

water problem

Rakesh Mallick
  • Published: Monday, 15 May 2017
  • Updated: 15 May 2017, 06:51 PM IST

Sports

Latest News

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ। ତାତିରେ ଅସ୍ତବ୍ୟସ୍ତ ଜୀବନଯାତ୍ରା। ଦିନ ୧୦ଟା ବେଳକୁ ରାସ୍ତାଘାଟ୍‌ ଲୋକ ଶୂନଶାନ ହୋଇଯାଇଛି। ଗରମର ପ୍ରଭାବ ଆହୁରି ୨ ଦିନ ରହିବ ବୋଲି ପାଣିପାଗ ବିଭାଗର ଅନୁମାନ କରୁଛି। ସେପଟେ ଖରାର ତାତି ବଢିବା ସହ ବିଭିନ୍ନ ସ୍ଥାନରେ ଜଳକଷ୍ଟ ବଢିବାରେ ଲାଗିଛି। ପାଣି ପାଇଁ ଆଜି ରାସ୍ତାକୁ ଓହ୍ଲାଇଥିଲେ ବଲାଙ୍ଗିର ଓ ଖଣ୍ଡପ଼ଡା ସହରର ଶତାଧିକ ମହିଳା।

ପାଣି ପାଇଁ ଯନ୍ତ୍ରୀଙ୍କୁ ମହିଳାଙ୍କ ଘେରାବନ୍ଦୀ। ବଲାଙ୍ଗିର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଘେରି ରଖିଛନ୍ତି ବରପାଲିପଡାର ମହିଳାମାନେ। ପନୀୟ ଜଳ ସମସ୍ୟା ସମାଧାନ ପାଇଁ ପଡାରେ ଦୀର୍ଘ ଦିନ ହେବ ଟାଙ୍କି ବସା ଯାଇଥିଲା। ହେଲେ ଟାଙ୍କିକୁ ପାଣି ଆସୁନାହିଁ। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଅଧିକାରୀମାନେ ଶୁଣୁ ନାହାନ୍ତି। ଆଜି ପାଣି ସମସ୍ୟା ବୁଝିବାକୁ ଦୁଇ ଯନ୍ତ୍ରୀ ଆସିଥିବା ବେଳେ ସେମାନଙ୍କୁ ମହିଳାମାନେ ପଡା ବୁଲାଇବା ସହ ୨ ଘଣ୍ଟା ଧରି ଅଟକ ରଖିଥିଲେ।

ବଲାଙ୍ଗିର ସହକାରୀ ଯନ୍ତ୍ରୀ ସୁବ୍ରତ ନାୟକ କହିଛନ୍ତି,“ପାନୀୟ ଜଳ ଯୋଗାଇବା ଗୋଟିଏ ଟାଙ୍କି ବସାଯାଇଛି। ଆଉ ଗୋଟିଏ ଟାଙ୍କି ବସାଇବାକୁ ଗାଁ ଲୋକେ ଦାବି କରୁଛନ୍ତି। ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବି।”

ନୟାଗଡ ଖଣ୍ଡପ଼ଡାରେ ମଧ୍ୟ ସମାନ ସ୍ଥିତି। ଏନ୍ଏସି କାର୍ଯ୍ୟାଳୟରେ ମହିଳାମାନେ ଗରା ବାଲଟି ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତ ୨ ଦିନ ହେବ ସହରକୁ ପାନୀୟ ଜଳ ଯୋଗାଣ ନ ହେବା ପ୍ରତିବାଦରେ ମହିଳାମାନେ ଏପରି ଅଭିନବ ଉପାୟରେ ଆନ୍ଦୋଳନ କରୁଥିଲେ। ପରେ ମହିଳାମାନେ ମେଡିକାଲ ଛକରେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ।

ବୈଜୟନ୍ତୀବାଳା ଦାସ କହିଛନ୍ତି,“ମହାନଦୀ ପାଣି ନୟାଗଡ଼କୁ ଯାଉଛି। ଅଥଚ ଖଣ୍ଡପଡ଼ାବାସୀ ପାଣି ପାଉନାହାନ୍ତି। ମାସେ ଆମେ ଏନେଇ ଅଭିଯୋଗ କରୁଛୁ। ମାତ୍ର ଆମ କଥା କେହି ଶୁଣୁ ନାହାନ୍ତି।”

ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ନୃସିଂହଚରଣ ସ୍ୱାଇଁ କହିଛନ୍ତି,“ଯେଉଁଠି ପାଇପ୍‌ ପାଣି ପହଞ୍ଚି ପାରିନି ସେଠି ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇବାକୁ ବ୍ୟବସ୍ଥା କରାଯିବ। ଏନେଇ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖଣ୍ଡପଡ଼ାରେ ଯଦି କିଛି ଅସୁବିଧା ହୋଇଛି ତାହାହେଲେ ଶୀଘ୍ର ସମାଧାନ କରାଯିବ।”

ସାରା ରାଜ୍ୟରେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ତାତିର ପ୍ରକୋପ ରହିବ। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୬ରୁ ୪୭ ଡିଗ୍ରୀକୁ ଛୁଇଁବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos