ମହିଳାଙ୍କୁ କ୍ଷତାକ୍ତ କରି ୪୦ ଫୁଟ୍‌ ଗଛରେ ଚଢ଼ିଲା ଭାଲୁ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବିଛୁଆଲି ଗାଁରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛି। ଗାଁ ଲୋକେ ଭାଲୁଟିକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଭାଲୁଟି ୪୦ ଫୁଟ ଉଚ୍ଚ ଏକ ଗଛ ଉପରେ ଚଢି ଯାଇଥିଲା। ଫଳରେ ଗାଁ ଲୋକେ ଭାଲୁକୁ ଧରିବାରେ ବିଫଳ ହୋଇଥିଲେ।  ଖବର ପାଇଁ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଧରିବାକୁ ଚେଷ୍ଟା କରୁଛି।