ଜେଲ୍‌ ଗଲେ ତିନି ଗ୍ରାହକଙ୍କ ସହିତ ରାଣୀ ମହୁମାଛି 

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଜେଲ୍‌ ଗଲା ସେକ୍ସ ରାକେଟ୍‌ ଚଳାଉଥିବା ରାଣୀ ମହୁମାଛି। ତା’ ସହ ୩ ଗ୍ରାହକ ମଧ୍ୟ ଆଜି ଜେଲ୍‌ ଯାଇଛନ୍ତି। ଗୁରୁବାର ସନ୍ଧ୍ୟା ବେଳେ ବଲାଙ୍ଗିର ଟାଉନ୍‌ ଥାନା ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୦ ରୁପଜୀବୀଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ଥଇଥାନ୍‌ କରିଛି।

ସେକ୍ସ ରାକେଟ କାରବାର ମାମଲାରେ ପୁଲିସ ରାଣୀ ମହୁମାଛିଙ୍କ ସମେତ ତିନି ଗ୍ରାହକଙ୍କୁ ଗିରଫ କରିଥିଲା। ଗିରଫ ରାଣୀ ମହୁମାଛି ସାଲେପାଲି ପଡାର ହୋଇଥିବା ବେଳେ ଗ୍ରାହକମାନେ ହେଉଛନ୍ତି, ସୋନପୁର ଜିଲ୍ଲା ତରଭା ଥାନା ଜୁଆରବନ୍ଧ ଗାଁର ରାଜେଶ ବନଛୋର, ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଖୁର୍ଳିମୁଣ୍ଡା ଗାଁର ମନବୋଧ ବାରିକ ଓ ପୁଇଁନ୍ତଲା ଥାନା ଜଳଜଡ ଗାଁର ଯୁଧିଷ୍ଠିର ଜାଲ। ଉଦ୍ଧାର ହୋଇଥିବା ୧୦ ଦେହଜୀବୀ କୋଲ୍‌କାତା, ରାୟପୁର, ଭୁବନେଶ୍ୱର, କେନ୍ଦୁଝର ଓ ବଲାଙ୍ଗିର ସହରର ହୋଇଥିବା ପୁଲିସ କହିଛି।

ଗିରଫ ବ୍ୟକ୍ତିଙ୍କଠାରୁ ପୁଲିସ୍‌ ୨୧ ହଜାର ୫ ଶହ ଟଙ୍କା, ୪ଟି ମୋବାଇଲ, ସିଗାରେଟ, ମଦ, ପ୍ରେଗା ନ୍ୟୂଜ କିଟ୍‌, ଟାବଲେଟ, କଣ୍ଡୋମ ଜବତ କରିଥିଲା।  ଏଥିସହିତ ପୁଲିସ ତିନୋଟି ଵାଇକ ଜବତ କରିଛି। ସେକ୍ସ ରାକେଟରେ ଆଉ କାହାର ସମ୍ପୃକ୍ତ ରହିଛି, ପୁଲିସ ତାହା ଉପରେ ତଦନ୍ତ ଚଳାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।