ଛେଳି ଚରାଇବାକୁ ଯାଇଥିଲେ, ଆଉ ଫେରିଲେନି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ମହିମୁଣ୍ଡା ଗାଁ ପୋଖରୀରୁ ଜଣେ ଛେଳି ଚରାଳୀଙ୍କ ମୃତ ଦେହ ଉଦ୍ଧାର କରିଛି ପୁଲିସ। ମୃତ ବ୍ୟକ୍ତି ଜଣକ ଡାହିମାଲ ଗାଁର ୩୫ ବର୍ଷୀୟ ସୁରେନ୍ଦ୍ର ମନହୀରା ବୋଲି ଜଣାପଡିଛି।

ସୁରେନ୍ଦ୍ର ସଂନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ପୋଖରୀ ଭିତରକୁ ପଶି ଯାଇ ଆଉ ବାହାରକୁ ବାହାରି ପାରିନଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ସୁରେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି।

ପୁଇଁନ୍ତଲା ପୁଲିସ ଶବକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଇ ଦେଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ। ପୁଇଁନ୍ତଲା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରୀ ରଖିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।