ମେଧାବୀ ଛାତ୍ରଙ୍କ ଆତ୍ମହତ୍ୟା

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ସହର ତୁଳସୀନଗର ପଡ଼ାରେ ବୁଲୁ ଦୋରା ନାମକ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଗତକାଲି ବିଳମ୍ୱିତ ରାତିରେ ସିଲିଂ ଫ୍ୟାନ୍‌ରେ ଓଢ଼ଣୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ଟାଉନ୍‌ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ବୁଲୁ ଜଣେ ମେଧାବୀ ଛାତ୍ର ଥିଲେ। ସେ ଏକ ଘରୋଇ ସ୍କୁଲରେ ପାଠ ପଢୁଥିଲେ। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ ଚାଲିଛି ଶୀଘ୍ର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି।