ସମବାୟ ଚିନି କଳ ବିକ୍ରି ଉପରେ ହାଇକୋର୍ଟଙ୍କ ରହିତାଦେଶ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସମବାୟ ଚିନି କଳ ବିକ୍ରି ଉପରେ ହାଇକୋର୍ଟ ରହିତାଦେଶ ଦେଇଛନ୍ତି। ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଏହାକୁ ବିକ୍ରି କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ବିଜୟାନନ୍ଦ ସ୍ୱୟଂ ସହାୟକ ସମବାୟ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ଆଦେଶ ଦେଇଛନ୍ତି।

୨୦୦୩ ମସିହାରେ ବିଜୟାନନ୍ଦ ସ୍ୱୟଂସହାୟକ ସମବାୟ ଚିନି କଳକୁ ହତାକୁ ନେଇଥିଲା। ପରେ ସମବାୟ ରେଜିଷ୍ଟାରଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଏହାକୁ ବିରୋଧ କରି ବିଜୟାନନ୍ଦ ସ୍ୱୟଂସହାୟକ ସମବାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ଚିନି କଳକୁ ବିକ୍ରି କରିବା ପାଇଁ ଗତ ମାସ ୯ ତାରିଖରେ ସରକାର ସମବାୟ ରେଜିଷ୍ଟାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ବିରୋଧ କରି ସମବାୟ ପକ୍ଷରୁ ପୁଣି ହାଇକୋର୍ଟରେ ଆବେଦନ କରାଯାଇଥିଲା।