ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୨୧ ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରୂପ୍‌ସା ଥାନା ଅନ୍ତର୍ଗତ ମିରିଗିମୁଣ୍ଡି ଛକରେ ୬୦ ନମ୍ବର ଜାତୀୟ ରାଜପଥରେ ଆଜି ସକାଳ ପ୍ରାୟ ସାଢ଼େ ସାତଟା ବେଳେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଟ୍ରକ୍ ଡ୍ରାଇଭରଙ୍କ ସମେତ ମୋଟ ୨୧ ଜଣ ଆହତ ହୋଇଛନ୍ତି। ଟ୍ରକ୍ ଡ୍ରାଇଭର ସମେତ ଦୁଇ ଗୁରୁତର ଆହତଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ବସ୍‌ଟି ଜଳେଶ୍ୱରରୁ ମୟୂରଭଞ୍ଜ ଜିଲ୍ଲାର […]

bus-truck-accident

bus-truck-accident

Rakesh Mallick
  • Published: Monday, 02 January 2017
  • Updated: 02 January 2017, 10:53 AM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରୂପ୍‌ସା ଥାନା ଅନ୍ତର୍ଗତ ମିରିଗିମୁଣ୍ଡି ଛକରେ ୬୦ ନମ୍ବର ଜାତୀୟ ରାଜପଥରେ ଆଜି ସକାଳ ପ୍ରାୟ ସାଢ଼େ ସାତଟା ବେଳେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଟ୍ରକ୍ ଡ୍ରାଇଭରଙ୍କ ସମେତ ମୋଟ ୨୧ ଜଣ ଆହତ ହୋଇଛନ୍ତି। ଟ୍ରକ୍ ଡ୍ରାଇଭର ସମେତ ଦୁଇ ଗୁରୁତର ଆହତଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

ବସ୍‌ଟି ଜଳେଶ୍ୱରରୁ ମୟୂରଭଞ୍ଜ ଜିଲ୍ଲାର ସରତକୁ ଯାଉଥିଲା। ତେବେ ଏହା ରୂପ୍‌ସା ବାଇପାସ୍‌କୁ ପ୍ରବେଶ କରୁଥିବା ବେଳେ ଟ୍ରକ୍‌ଟି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ପୋଲିସ୍ ଆହତମାନଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହା ପରେ କ୍ରେନ୍‌ ସାହାଯ୍ୟରେ ଉଭୟ ବସ୍ ଓ ଟ୍ରକ୍‌କୁ ରାସ୍ତାରୁ ହଟା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos