ବାଲେଶ୍ୱରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରୁ ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ। ସଦର ଥାନା ଅନ୍ତ୍ରର୍ଗତ ପାଖରବାଡର ଚାଷୀ ସୁଦାମ ମହାନ୍ତି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ବିଷ ପିଇବା ପରେ ଗୁରୁତର ଅବସ୍ଥାରେ ଗତକାଲି ସୁଦାମଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଫସଲ ଉଜୁଡି ଯିବାରୁ ମାନସିକ ଭାରସାମ୍ୟ ହରାଇ ସୁଦାମ ବିଷ ପିଇ ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।