ଚଳିତବର୍ଷରୁ ଆରମ୍ଭ ହୋଇପାରେ ବାଲେଶ୍ୱର ଓ ବଲାଙ୍ଗିର ମେଡ଼ିକାଲ କଲେଜରେ ପାଠପଢ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଦିନର ପ୍ରତିକ୍ଷାର ହେବ ଅନ୍ତ। ପୂରଣ ହେବ ମେଡିକାଲ୍ ପାଠ୍ୟକ୍ରମରେ ନେମାଲେଖାଇବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ଆଶା। କାରଣ ଖୁବଶୀଘ୍ର ରାଜ୍ୟରେ ଖୋଲିବାକୁ ଯାଉଛି ଆଉ ଦୁଇଟି ମେଡିକାଲ କେଲେଜ। ଦୀର୍ଘ ଦିନ ଧରି ବାଲେଶ୍ୱରରେ ନିର୍ମାଣ ହୋଇ ରହିଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଡିଏମ୍ଇଟି (ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ)ର ସ୍ୱୀକୃତି ମିଳିଛି। ଗତ ଏପ୍ରିଲ ୨୩ ତାରିଖରେ ଏମ୍‌ସିଆଇର ତିନି ଜଣିଆ ଟିମ୍ ମେଡିକାଲ […]

balasore medical college will start from this yeay

balasore medical college will start from this yeay

Rakesh Mallick
  • Published: Monday, 30 April 2018
  • Updated: 30 April 2018, 10:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଦିନର ପ୍ରତିକ୍ଷାର ହେବ ଅନ୍ତ। ପୂରଣ ହେବ ମେଡିକାଲ୍ ପାଠ୍ୟକ୍ରମରେ ନେମାଲେଖାଇବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ଆଶା। କାରଣ ଖୁବଶୀଘ୍ର ରାଜ୍ୟରେ ଖୋଲିବାକୁ ଯାଉଛି ଆଉ ଦୁଇଟି ମେଡିକାଲ କେଲେଜ। ଦୀର୍ଘ ଦିନ ଧରି ବାଲେଶ୍ୱରରେ ନିର୍ମାଣ ହୋଇ ରହିଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଡିଏମ୍ଇଟି (ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ)ର ସ୍ୱୀକୃତି ମିଳିଛି। ଗତ ଏପ୍ରିଲ ୨୩ ତାରିଖରେ ଏମ୍‌ସିଆଇର ତିନି ଜଣିଆ ଟିମ୍ ମେଡିକାଲ କଲେଜ ପରିଦର୍ଶନ କରି ଡିଏମ୍ଇଟିକୁ ରିପୋର୍ଟ ଦେଇଥିଲେ। ଏହାପରେ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଗତ ୨୬ ତାରିଖରେ ଡିଏମ୍ଇଟି ସବୁଜ ସଙ୍କେତ ଦେଇଥିବା ସୁପରିଟେଣ୍ଡେଣ୍ଟ କହିଛନ୍ତି। ଆସନ୍ତା ମେ’ ମାସ ସୁଦ୍ଧା ଭରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଲେଟର ଅଫ୍ ପରମିଶନ ମିଳିବା ପରେ ନାମଲେଖା ଆରମ୍ଭ ହେବ ବୋଲି ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ସୂଚନା ଦେଇଛନ୍ତି।

ସେହିପରେ ବଲାଙ୍ଗିରରେ ହେବାକୁ ଥିବା ସରକାରୀ ମେଡିକାଲ କଲେଜକୁ ମଧ୍ୟ ଏମ୍‌ସିଆଇର ଟିମ୍ ଗ୍ରୀନ ସିଗନାଲ୍ ଦେଇଛନ୍ତି। ଗତ ୨୩ ତାରିଖରେ ତିନି ଜଣିଆ ଟିମ୍ ଏଠାକୁ ମଧ୍ୟ ଯାଇଥିବା ବେଳେ କଲେଜ ଆସଙ୍ଗିକ ବ୍ୟବସ୍ଥା ଉପରେ ଖୁସି ପ୍ରକଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos