ବାଲେଶ୍ୱର: ସାନି ନିର୍ବାଚନକୁ ବିରୋଧ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଗୋପୀମୋହନପୁର ପଞ୍ଚାୟତର ୨ ଓ ୩ ନମ୍ୱର ବୁଥ୍‌ରେ ସାନି ଭୋଟ ଗ୍ରହଣ କରାଯିବାକୁ ଆଗାମୀ ଓଡ଼ିଶା ଏବଂ ଜଳେଶ୍ୱର ବିକାଶ ମଞ୍ଚ ବିରୋଧ କରିଛନ୍ତି। ଉଭୟ ସଙ୍ଗଠନ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଏନେଇ ଦାବି ଜଣାଇଛନ୍ତି। ଗତ ୧୩ ତାରିଖରେ ଗୋପୀମୋହନପୁର ପଞ୍ଚାୟତର ୨ ଓ ୩ ନମ୍ୱର ବୁଥ୍‌ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା। ଗଣତି ପରେ ଦୁର୍ବୃତ୍ତମାନେ ଭୋଟ୍‌ ବାକ୍ସକୁ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲେ। ଖବର […]

balasore

balasore

Rakesh Mallick
  • Published: Thursday, 16 February 2017
  • Updated: 16 February 2017, 09:39 AM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଗୋପୀମୋହନପୁର ପଞ୍ଚାୟତର ୨ ଓ ୩ ନମ୍ୱର ବୁଥ୍‌ରେ ସାନି ଭୋଟ ଗ୍ରହଣ କରାଯିବାକୁ ଆଗାମୀ ଓଡ଼ିଶା ଏବଂ ଜଳେଶ୍ୱର ବିକାଶ ମଞ୍ଚ ବିରୋଧ କରିଛନ୍ତି। ଉଭୟ ସଙ୍ଗଠନ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଏନେଇ ଦାବି ଜଣାଇଛନ୍ତି।

ଗତ ୧୩ ତାରିଖରେ ଗୋପୀମୋହନପୁର ପଞ୍ଚାୟତର ୨ ଓ ୩ ନମ୍ୱର ବୁଥ୍‌ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା। ଗଣତି ପରେ ଦୁର୍ବୃତ୍ତମାନେ ଭୋଟ୍‌ ବାକ୍ସକୁ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ପୋଖରୀରୁ ଭୋଟ ବାକ୍ସ ଉଦ୍ଧାର କରିବା ସହ ବାଲଟ ପେପର ସୁରକ୍ଷିତ ଥିବା କହିଥିଲେ। ତେବେ ଜିଲ୍ଲାପାଳଙ୍କ ରିପୋର୍ଟ ଅନୁଯାୟୀ ଏହି ଦୁଇ ବୁଥ୍‌ରେ ସାନି ମତଦାନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ସ୍ଥାନୀୟ ବିଧାୟକଙ୍କ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ହାରି ଯାଇଥିବାରୁ ବିଧାୟକଙ୍କ ଚାପରେ ସାନି ଭୋଟ ପାଇଁ  ଜିଲ୍ଲାପାଳ ରିପୋର୍ଟ ଦେଇଥିବା ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos