ବାଲେଶ୍ୱର: ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁଟିରିପାଳ ଗାଁର ଜଟିଆ ନାୟକଙ୍କୁ ତାଙ୍କ ଘର ଆଗରେ ଆଜି ଦନ୍ତା ହାତୀ ଦଳି ଦେଇଥିବା ଅଭିଯୋଗ ହୋଇଛି। ଜଟିଆ ଘରେ ଖାଉଥିବାବେଳେ ଏକ ଦନ୍ତା ହାତୀ ତାଙ୍କ ଘର ଆଗରେ ଗର୍ଜନ କରିଥିଲା। ଏହି ସମୟରେ ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରିବା ବେଳେ ହାତୀ ତାଙ୍କୁ ଟାଣିନେଇ ଦଳି ଦେଇଥିଲା। ପ୍ରଥମେ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେବା ପରେ ତଳେ ପକାଇ ଦଳି ଦେଇଥିଲା। ଘଟଣାସ୍ଥଳରେ ଜଟିଆଙ୍କ […]

balaswer

balaswer

Rakesh Mallick
  • Published: Saturday, 27 August 2016
  • Updated: 27 August 2016, 09:28 AM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁଟିରିପାଳ ଗାଁର ଜଟିଆ ନାୟକଙ୍କୁ ତାଙ୍କ ଘର ଆଗରେ ଆଜି ଦନ୍ତା ହାତୀ ଦଳି ଦେଇଥିବା ଅଭିଯୋଗ ହୋଇଛି। ଜଟିଆ ଘରେ ଖାଉଥିବାବେଳେ ଏକ ଦନ୍ତା ହାତୀ ତାଙ୍କ ଘର ଆଗରେ ଗର୍ଜନ କରିଥିଲା। ଏହି ସମୟରେ ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରିବା ବେଳେ ହାତୀ ତାଙ୍କୁ ଟାଣିନେଇ ଦଳି ଦେଇଥିଲା। ପ୍ରଥମେ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେବା ପରେ ତଳେ ପକାଇ ଦଳି ଦେଇଥିଲା। ଘଟଣାସ୍ଥଳରେ ଜଟିଆଙ୍କ ମୃତ୍ୟୁ ଘଟିଥିଲା।

ଗତ ଚାରି ପାଞ୍ଚ ଦିନ ହେବ ଏକ ଦନ୍ତା ପହାଡ଼ ତଳି ଅଞ୍ଚଳରେ ଉପଦ୍ରବ କରୁଥିବା ବେଳେ ବନ ବିଭାଗ ଏହି ଅଞ୍ଚଳରୁ ହାତୀ ଘଉଡାଇବାକୁ ପଦକ୍ଷେପ ନେଉ ନ ଥିବାରୁ ଗାଁରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos