ବାଲେଶ୍ୱର: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ହରିପୁର ଗାଁରେ ଏକ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଆଜି ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ମହେନ୍ଦ୍ର ଗୋଚ୍ଛାୟତ ଓ ରମାକାନ୍ତ ଖଟୁଆ।

ଶୌଚ ଶେଷ କରି ଫେରୁଥିବା ବେଳେ ଅସାବଧାନତା ଯୋଗୁ ମହେନ୍ଦ୍ର ଟାଙ୍କି ଭିତରେ ଖସି ପଡ଼ି ଅଚେତ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ରମାକାନ୍ତ ଟାଙ୍କି ଭିତରକୁ ପଶିଥିଲେ।  ତେବେ ସେ ମଧ୍ୟ ଅଚେତ ହୋଇଯାଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।