ବାଲେଶ୍ୱର: ୮ ଗ୍ରାମବାସୀଙ୍କୁ ମୁକ୍ତ କଲେ ପଶ୍ଚିମବଙ୍ଗ ବାଲି ମାଫିଆ

ବାଲେଶ୍ୱର: ଓଡ଼ିଶା ସୀମାନ୍ତ କୁଅଁରପୁର ଗାଁର ୮ ଜଣଙ୍କୁ ଗତକାଲିଠାରୁ ଅଟକ ରଖିଥିବା ପଶ୍ଚିମବଙ୍ଗର ବାଲି ମାଫିଆମାନେ ଆଜି ସକାଳେ ସେମାନଙ୍କୁ ମୁକ୍ତ କରିଛନ୍ତି। ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉଠାଇଥିବା ଅଭିଯୋଗରେ  ପ୍ରଶାସନ ପକ୍ଷରୁ  ଚଢ଼ାଉ  କରାଯାଇ ବଡ଼ ପମ୍ପସେଟ୍‌ ଜବତ କରାଯାଇଥିଲା। ଏହାର ପ୍ରତିବାଦରେ ବାଲି ମାଫିଆମାନେ  ସରକାରୀ ଡଙ୍ଗା ସହ ଓଡ଼ିଶାର ୮ ଜଣ ଗ୍ରାମବାସୀଙ୍କୁ ଅଟକ ରଖିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।