ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଖୋଲିଲା ଓଡ଼ିଆ, ଇଂରାଜୀ ଓ ଉର୍ଦ୍ଦୁ ବିଭାଗ

ବାଲେଶ୍ୱର: ବାଲେଶ୍ୱର ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆଜି ଓଡ଼ିଆ, ଇଂରାଜୀ ଓ ଉର୍ଦ୍ଦୁ ବିଭାଗ ଖୋଲିଛି। ଏହି ତିନୋଟି ବିଭାଗରେ ଚଳିତ ବର୍ଷ ଠାରୁ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିପାରିବେ। ଓଡ଼ିଆ ବିଭାଗରେ ୩୨ଟି ସିଟ୍‌ ପାଇଁ ଅନୁମୋଦନ ମିଳିଥିବା ବେଳେ  ଇଂରାଜୀ ଓ ଉର୍ଦ୍ଦୁ ବିଭାଗରେ ୧୬ଟି ଲେଖାଏଁ ସିଟ୍‌ ପାଇଁ ଅନୁମୋଦନ ମିଳିଛି।

ଫକୀରମୋହନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାପରେ ମୋଟ ସାତଟି ବିଭାଗ ରହିଥିଲା। ଏଠାରେ ଓଡ଼ିଆ ବିଭାଗ ଖୋଲିବା ପାଇଁ ଦୀର୍ଘଦିନ ଧରି ବାଲେଶ୍ୱରବାସୀ ଦାବି କରି ଆସୁଥିଲେ।