ବାଲେଶ୍ୱର: ଜଳେଶ୍ୱର ରେଳ ଷ୍ଟେସନରୁ ଶିଶୁକନ୍ୟା ଉଦ୍ଧାର
ବାଲେଶ୍ୱର: ଜଳେଶ୍ୱର ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମାଗାରରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁକନ୍ୟାର ବୟସ ପ୍ରାୟ ୬ ମାସ ହେବ।
ଆହୁରି ପଢ଼ନ୍ତୁ
ଆଜି ସକାଳ ପ୍ରାୟ ୭ଟାରେ ଏକ ଶିଶୁର କାନ୍ଦ ଶୁଣି ଷ୍ଟେସନ ମାଷ୍ଟର ବିଶ୍ରାମାଗାରକୁ ଯାଇ ଅସହାୟ ଅବସ୍ଥାରେ ଶିଶୁଟିକୁ ପାଇଥିଲେ। ଉଦ୍ଧାର ପରେ ଶିଶୁଟିର ଚିକିତ୍ସା କରାଯିବା ସହ ଜିଆରପିକୁ ସୂଚନା ଦିଆଯାଇଥିଲା।
କିଏ କେଉଁ ପରିସ୍ଥିତିରେ ଶିଶୁକନ୍ୟାକୁ ବିଶ୍ରାମାଗାରରେ ଛାଡି ଚାଲି ଯାଇଛି, ସେ ନେଇ ଜିଆରପି ତଦନ୍ତ ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।