ବାଲୁକା କଳା ମାଧ୍ୟମରେ ଶିଶୁ ଶ୍ରମିକ ବିରୋଧରେ ସାଣ୍ଡ୍ ଆନିମେଟର୍ ମାନସ ସାହୁଙ୍କ ସଚେତନତା ବାର୍ତ୍ତା

ପୁରୀ: ଆଜି ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସାଣ୍ଡ୍ ଆନିମେଟର୍ ମାନସ ସାହୁ ସଚେତନାତା ବାର୍ତ୍ତା ଦେଇଛନ୍ତି।  ଶିଶୁଙ୍କୁ ଶିକ୍ଷାରୁ ବଞ୍ଚିତ କରା  ନ ଯିବା ପାଇଁ  ସେ ବାଲୁକା କଳା ମାଧ୍ୟମରେ ସନ୍ଦେଶ ଦେଇଛନ୍ତି। ପ୍ରାୟ ୧୨ ଟନ୍ ଓଜନର ବାଲିରେ ସେ ୧୫ ଫୁଟ୍‌ ଲମ୍ୱାର ବାଲୁକା କଳା ନିର୍ମାଣ କରିଛନ୍ତି।