କଳା ତାଲିକାଭୁକ୍ତ ପରେ ପଣ୍ଡା ଇନ୍‌ଫ୍ରା କମ୍ପାନୀକୁ କାହିଁକି ଏତେ ଅନୁକମ୍ପା ?

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବମିଖାଲ ଓଭରବ୍ରିଜ୍‌ ନିର୍ମାଣ କାମ ପଣ୍ଡା ଇନ୍‌ଫ୍ରା ଠିକା ସଂସ୍ଥା  ୨୦୧୨ ମସିହାରେ ଆରମ୍ଭ କରିଥିଲା। ଏହାକୁ  ୨୦୧୪ରେ ସାରିବାର ଥିଲା। କିନ୍ତୁ କାମରେ  ବିଳମ୍ବ ହେବାରୁ ଏହାକୁ ଗତବର୍ଷ ଡିସେମ୍ବର ସୁଦ୍ଧା ସାରିବାକୁ ତରବରିଆ ଭାବେ  ନିର୍ମାଣ କାର୍ଯ୍ୟ ଚଳାଇଥିଲା ସଂସ୍ଥା ।  ମାତ୍ର ଗତ ସେପ୍ଟେମ୍ବର ୧୦ରେ ଓଭରବ୍ରିଜ୍ ଭୁଶୁଡ଼ି  ଜଣଙ୍କ ମୃତ୍ୟୁ ଘଟିଥିଲା ।  ଘଟଣାରେ ସେହିଦିନ ପୂର୍ତ୍ତ ବିଭାଗର ଦୁଇ ଜଣ ଯନ୍ତ୍ରୀଙ୍କୁ  ନିଲମ୍ବନ କଲେ ସରକାର।   ଏହାର […]

mn-1

mn-1

Rakesh Mallick
  • Published: Friday, 04 May 2018
  • Updated: 04 May 2018, 06:45 AM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବମିଖାଲ ଓଭରବ୍ରିଜ୍‌ ନିର୍ମାଣ କାମ ପଣ୍ଡା ଇନ୍‌ଫ୍ରା ଠିକା ସଂସ୍ଥା  ୨୦୧୨ ମସିହାରେ ଆରମ୍ଭ କରିଥିଲା। ଏହାକୁ  ୨୦୧୪ରେ ସାରିବାର ଥିଲା। କିନ୍ତୁ କାମରେ  ବିଳମ୍ବ ହେବାରୁ ଏହାକୁ ଗତବର୍ଷ ଡିସେମ୍ବର ସୁଦ୍ଧା ସାରିବାକୁ ତରବରିଆ ଭାବେ  ନିର୍ମାଣ କାର୍ଯ୍ୟ ଚଳାଇଥିଲା ସଂସ୍ଥା ।  ମାତ୍ର ଗତ ସେପ୍ଟେମ୍ବର ୧୦ରେ ଓଭରବ୍ରିଜ୍ ଭୁଶୁଡ଼ି  ଜଣଙ୍କ ମୃତ୍ୟୁ ଘଟିଥିଲା ।  ଘଟଣାରେ ସେହିଦିନ ପୂର୍ତ୍ତ ବିଭାଗର ଦୁଇ ଜଣ ଯନ୍ତ୍ରୀଙ୍କୁ  ନିଲମ୍ବନ କଲେ ସରକାର।   ଏହାର ପରଦିନ ଗିରଫ ହେଲେ ପଣ୍ଡା ଇନ୍‌ଫ୍ରାମୁଖ୍ୟ  ପ୍ରତାପ ପଣ୍ଡା ଓ ଉପନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ।   ସେପ୍ଟେମ୍ବର ୧୨ରେ ଜେଲ୍  ଗଲେ ପଣ୍ଡା ଇନ୍‌ଫ୍ରାମୁଖ୍ୟ ପ୍ରତାପ ପଣ୍ଡା, ପ୍ରୋଜେକ୍ଟ ମ୍ୟାନେଜର ବିପୁଳ ଚକ୍ରବର୍ତ୍ତୀ ଓ  ଆସିଷ୍ଟାଣ୍ଟ ଇଞ୍ଜିନିୟର କିଶୋର ରାଉତ ।  ଏଥିସହ କମ୍ପାନୀର ଅନ୍ୟତମ ଦୁଇ ଫେରାର୍  ବୋର୍ଡ ଡାଇରେକ୍ଟର ସୁଜାତା ପଣ୍ଡା ଓ ସନ୍ତୋଷ ପଣ୍ଡାଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ  ଜାରି କରିଥିଲା କମିଶନରେଟ ପୋଲିସ ।

ଅକ୍ଟୋବର ୧୬ରେ ପ୍ରତାପ ପଣ୍ଡାଙ୍କୁ  ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ ।  ନଭେମ୍ବର ୧୦, ୨୦୧୭ରେ ଆସିଥିଲା  ଘଟଣାର ଦଦନ୍ତ ରିପୋର୍ଟ ।  ଏଥିରେ ଏସ୍ଓପି ପାଳନ କରାଯାଇ ନ ଥିବା ଦର୍ଶାଇ ନିର୍ବାହୀ  ଯନ୍ତ୍ରୀ ଦୁଃଖବନ୍ଧୁ ବେହେରା, ଉପନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ ଓ ଆସିଷ୍ଟାଣ୍ଟ  ଇଞ୍ଜିନିୟର କିଶୋର କୁମାର ରାଉତଙ୍କ ବିରୋଧରେ ଚାର୍ଜସିଟ୍ କରାଯାଇଥଥିଲା  ।  ଏଥିସହ ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ ଇଣ୍ଡିଆ ଲିମିଟେଡକୁ କଳା  ତାଲିକାଭୁକ୍ତ କରାଯାଇଥିଲା।  ତେବେ ଆଶ୍ଚର୍ଯ୍ୟଜନକ ଭାବେ ଅଘଟଣର ଠିକ୍ ୨ ମାସ  ପରେ, ଅର୍ଥାତ୍ ନଭେମ୍ବର ୧୦ରେ କଳା ତାଲିକାଭୁକ୍ତ ହେବା ସତ୍ତ୍ୱେ ପୁଣି ବ୍ରିଜ ନିର୍ମାଣ  କାମ ଆରମ୍ଭ କରଥିଲା ପଣ୍ଡା ଇନଫ୍ରା ।  ଆଉ ଥରେ ଟେଣ୍ଡର କଲେ କାମ ବିଳମ୍ବ ହେବା  ଆଶଙ୍କା ଦୃଷ୍ଟିରୁ ପଣ୍ଡା ଇନ୍‌ଫ୍ରାକୁ କାମ ସାରିବାକୁ ସୁଯୋଗ ଦିଆଯାଇଥିବା  କୁହାଯାଇଥିଲା।   ଆଉ ଗତକାଲି ପୁଣି ଅଘଟଣରେ ଜଣଙ୍କ ଜୀବନ ଯାଇଛି ।

ଏଠି ପ୍ରଶ୍ନ ଉଠୁଛି, ଥରେ କଳା ତାଲିକାଭୁକ୍ତ ହେବା ସତ୍ତ୍ୱେ ପୁଣି ପଣ୍ଡା ଇନ୍‌ଫ୍ରାକୁ ବ୍ରିଜ୍  ନିର୍ମାଣ ଦାୟିତ୍ୱ ଦିଆଗଲା କିପରି? ଯଦି ତୁରନ୍ତ କାମ ସାରିବାକୁ ଏହି ବ୍ୟବସ୍ଥା  କରାଗଲା, ତେବେ ସଂସ୍ଥାର କାଅର୍ଯ୍ୟ ପ୍ରଣାଳୀ ଉପରେ କଡ଼ା ନଜର ରଖାଯାଇଥିଲା ତ?  ପୂର୍ତ୍ତ ବିଭାଗର ଅବହେଳାରୁ ଏଭଳି ଅଘଟଣ ହୋଇନି ତ?  ଥରେ ଅଘଟଣ ପରେ  ସୁରକ୍ଷା ବ୍ୟବସ୍ଥା ପ୍ରତି କାହିଁକି ଚେତି ନଥିଲା ପଣ୍ଡା ଇନ୍‌ଫ୍ରା ? ଏହି ବ୍ରିଜ୍ ନିର୍ମାଣ କାମ  ନିମ୍ନମାନର ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।  ସେପଟେ ଏସବୁ ଅଭିଯୋଗ  ପ୍ରସଙ୍ଗରେ ପଣ୍ଡା ଇନ୍‌ଫ୍ରା ଓ ପୂର୍ତ୍ତ ବିଭାଗ ଉତ୍ତର ରଖିବାର ଆବଶ୍ୟକତା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos