ବମିଖାଲ ଟ୍ରାଜେଡ଼ି: ତାତିଲେ ଲୋକେ, ଅବରୋଧ କଲେ ରାସ୍ତା

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ପୁଣି ଜଣଙ୍କ ଜୀବନ ନେଲା ଭୁବନେଶ୍ୱର ବମିଖାଲର ନିର୍ମାଣାଧୀନ ଓଭର ବ୍ରିଜ୍। ନିର୍ମାଣାଧିନ ବମିଖାଲ ଓଭର୍ବ୍ରିଜର ଲୁହା ରଡ଼୍‌ରେ ଚାପି ହୋଇ ଗତକାଲି ଜଣେ  ଶ୍ରମିକଙ୍କ ମୃତ୍ୟୁ ଘଟିଛି।  ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି  ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା ।  ସେଠାରେ  ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।  ମୃତ […]

1

1

Rakesh Mallick
  • Published: Friday, 04 May 2018
  • Updated: 04 May 2018, 03:13 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ପୁଣି ଜଣଙ୍କ ଜୀବନ ନେଲା ଭୁବନେଶ୍ୱର ବମିଖାଲର ନିର୍ମାଣାଧୀନ ଓଭର ବ୍ରିଜ୍। ନିର୍ମାଣାଧିନ ବମିଖାଲ ଓଭର୍ବ୍ରିଜର ଲୁହା ରଡ଼୍‌ରେ ଚାପି ହୋଇ ଗତକାଲି ଜଣେ  ଶ୍ରମିକଙ୍କ ମୃତ୍ୟୁ ଘଟିଛି।  ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି  ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା ।  ସେଠାରେ  ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।  ମୃତ ଶ୍ରମିକ  ହେଲେ ସୁନ୍ଦରଗଡ଼ ଲାଠିକଟାର ଅଜୟ ଭୂମିଜ।   ଆହତଙ୍କ ନାଁ ଆନନ୍ଦ ନାୟକ। ଗତକାଲି ରାତି ପ୍ରାୟ ୯ଟାବେଳେ ଘଟିଥିଲା ଏହି ଅଘଟଣ । ୮ଜଣ ଶ୍ରମିକ ଲୁହା ଛଡ଼  ବାନ୍ଧୁଥିବା ବେଳେ ତାହା ଓଲଟି ପଡ଼ିବାରୁ ୨ ଜଣ ଶ୍ରମିକ ଲୁହା ରଡ ତଳେ ଚାପି ହୋଇ  ରହିଯାଇଯାଇଥିଲେ।  ସେମାନେ ପ୍ରାୟ ୨୦ ମିନିଟ୍ କାଳ ଫସିରହିବା ପରେ ଲୁହା ରଡ୍  ତଳୁ ସେମାନଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ ସ୍ଥାନୀୟ ଲୋକ ଓ ଅଗ୍ନିଶମ  କର୍ମଚାରୀ । କେବଳ ଗତରାତିର ଘଟଣା ନୁହେଁ  ଗତ ବର୍ଷ ସେମ୍ବେର ୧୦  ତାରିଖରେ ମଧ୍ୟ ଭୁଶୁଡି ପଡିଥିଲା ଭୁବନେଶ୍ୱର ବମିଖାଲରେ ନିର୍ମାଣାଧୀନ ରେଲ୍  ଓଭରବ୍ରିଜ୍ । ଅଘଟଣରେ ଝାରପଡ଼ାର ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା ସେପଟେ ଗତ କାଲିର ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ରାସ୍ତା ଅବରୋଧ କରିଥିଲେ । ଏହି ରାସ୍ତା  ଅବରୋଧରେ ଲୋକଙ୍କ ସହ କଂଗ୍ରେସ ଓ ବିଜେପି କର୍ମୀ ମଧ୍ୟ ସାମିଲ ହୋଇଥିଲେ ।

ଓଭରବ୍ରିଜ ନିମ୍ନ ମାନର କାମ ହେଉଥିବା ଏବଂ ଶ୍ରମିକ ଓ ରାସ୍ତାରେ ଯାତାୟାତ  କରୁଥିବା ଯାତ୍ରୀଙ୍କ ସୁରକ୍ଷା ପ୍ରତି ନିର୍ମାଣକାରୀ ସଂସ୍ଥା ଧ୍ୟାନ ଦେଉ ନ ଥିବା ଅଭିଯୋଗ  କରିବା ସହ ମୃତାହତ ଶ୍ରମିକଙ୍କ ପାଇଁ କ୍ଷତିପୂରଣ ଦାବି କରିଥିଲେ ଉତ୍ୟକ୍ତ ଲୋକେ।    ତେଣୁ ନିର୍ମାଣକାରୀ ସଂସ୍ଥା ପଣ୍ଡାଇନାନ୍ସର ମୁଖ୍ୟଙ୍କୁ ଗିରଫ ଦାବି କରି ଲୋକେ ଦୀର୍ଘ  ସମୟ ଧରି ରାସ୍ତାରୋକ ଜାରି ରଖିଥିଲେ।   ଏହାପରେ ଘଟଣାସ୍ଥଳରେ ଭୁବନେଶ୍ୱର  ଡିସିପି ଅନୁପ ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ  ହଟିଥିଲା।  ଅନ୍ୟପଟେ ଏହି ଘଟଣାରେ ଓଭରବ୍ରିଜ୍ ନିର୍ମାଣକାରୀ ସଂସ୍ଥାର କାଯର୍ୟରେ  ଅବହେଳା ଏବଂ ପୂର୍ତ୍ତ ବିଭାଗର ଦାୟିତ୍ୱହୀନତାକୁ ନିନ୍ଦା କରିବା ସହ କ୍ୟାପିଟାଲ  ଥାନାରେ ଲିଖିତ ଅଭିଯୋଗ କରିଛି ବିଜେପି। ବମିଖାଲ ଦୁର୍ଘଟଣା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ମିଶ୍ର କହିଛନ୍ତି ଯେ, କେଉଁ  ପରିସ୍ଥିତିରେ ଦୁର୍ଘଟଣା ହେଲା ତଦନ୍ତ ହେବ।

ପ୍ରାଥମିକ ତଦନ୍ତ  ଆରମ୍ଭ ହୋଇଛି,  ଟେକ୍ନିକାଲ ତଦନ୍ତ ହେବ।  ତଦନ୍ତ ପରେ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ସେପଟେ ଏହି ଘଟଣାରେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରିବ ଏବଂ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୋଲିସ କମିଶନର ଓ୍ୱାଇ. ବି. ଖୁରାନିଆ  କହିଛନ୍ତି । କେବଳ ଗତରାତିର ଘଟଣା ନୁହେଁ  ଗତ ବର୍ଷ ସେମ୍ବେର ୧୦ ତାରିଖରେ ମଧ୍ୟ  ଭୁଶୁଡି ପଡିଥିଲା ଭୁବନେଶ୍ୱର ବମିଖାଲରେ ନିର୍ମାଣାଧୀନ ରେଲ୍ ଓଭରବ୍ରିଜ୍ । ଏହି ଅଘଟଣରେ ଝାରପଡ଼ାର ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା।  ସେଠାରେ ନିଶ୍ଚିତ ବିପଦରୁ ଅଳ୍ପକେ ବର୍ତ୍ତିଯାଇଥିଲେ ୧୦  ଶ୍ରମିକ ।  ଦୁର୍ଘଟଣା ପରେ ବ୍ରିଜ୍ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା  ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡକୁ କଳା ତାଲିକାଭୁକ୍ତ କରାଯାଇଥିଲା । ତେବେ  କଳାତାଲିକାଭୁକ୍ତ ହେବା ପରେ ମଧ୍ୟ ପଣ୍ଡା ଇନ୍‌ଫ୍ରା କିଭଳି ଏଠାରେ କାମ ଜାରି  ରଖିଥିଲା ତାକୁ ନେଇ ପ୍ରଶ୍ନ ଉଠିଛି ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story