ବଣାଇ: ବସ୍‌ ଓଲଟି ୧୪ ଆହତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ସିଲକଟା ନିକଟରେ ଆଜି ସକାଳେ ଏକ ବସ୍‌ ଓଲଟି ପଡ଼ିବାରୁ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସ୍‌ଟି  ରେଞ୍ଜଡ଼ାରୁ ରାଉରକେଲା ଯାଉଥିବାବେଳେ ଭାରସାମ୍ୟ ହରାଇ  ସିଲକଟା ନିକଟରେ ଓଲଟି ପଡ଼ିଥିଲା।

ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲା।