ବନ୍ଦ ହୋଇପାରେ କଟକରେ ଥିବା ଏଭିଏସନ ରିସର୍ଚ୍ଚ ସେଣ୍ଟର

କଟକ: କଟକ ଚାରବାଟିଆରେ ଥିବା ଏଭିଏସନ୍ ରିସର୍ଚ୍ଚ ସେଣ୍ଟର ବା ଏଆରସି । ଏଠାରେ ଥିବା ବିମାନ ଓ ଇଲେକ୍ଟ୍ରୋନିକ୍ ଉପକରଣକୁ ନ୍ୟାସନାଲ ଟେକ୍ନିକାଲ ରିସର୍ଚ୍ଚ ଅର୍ଗାନାଇଜେନ୍ ବା ଏନଟିଆରଓ ଏବଂ ଭାରତୀୟ ବାୟୁସେନା ମଧ୍ୟରେ ବାଣ୍ଟିଦେବା ଲାଗି ପ୍ରସ୍ତାବ ରହିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡାଭୋଲ ମଧ୍ୟ ଏହାକୁ ସମର୍ଥନ କରିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ର’ ଏହାକୁ ଜୋରଦାର ବିରୋଧ କରିବ ବୋଲି ଜଣାପଡ଼ିଛି। ଏଭିଏସନ ରିଚର୍ଚ୍ଚ ସେଣ୍ଟର ବା ଏଆରସି ସଂସ୍ଥା […]

01 (1)

01 (1)

Rakesh Mallick
  • Published: Sunday, 20 September 2015
  • Updated: 20 September 2015, 03:21 PM IST

Sports

Latest News

01 (1)କଟକ: କଟକ ଚାରବାଟିଆରେ ଥିବା ଏଭିଏସନ୍ ରିସର୍ଚ୍ଚ ସେଣ୍ଟର ବା ଏଆରସି । ଏଠାରେ ଥିବା ବିମାନ ଓ ଇଲେକ୍ଟ୍ରୋନିକ୍ ଉପକରଣକୁ ନ୍ୟାସନାଲ ଟେକ୍ନିକାଲ ରିସର୍ଚ୍ଚ ଅର୍ଗାନାଇଜେନ୍ ବା ଏନଟିଆରଓ ଏବଂ ଭାରତୀୟ ବାୟୁସେନା ମଧ୍ୟରେ ବାଣ୍ଟିଦେବା ଲାଗି ପ୍ରସ୍ତାବ ରହିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡାଭୋଲ ମଧ୍ୟ ଏହାକୁ ସମର୍ଥନ କରିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ର' ଏହାକୁ ଜୋରଦାର ବିରୋଧ କରିବ ବୋଲି ଜଣାପଡ଼ିଛି।

ଏଭିଏସନ ରିଚର୍ଚ୍ଚ ସେଣ୍ଟର ବା ଏଆରସି ସଂସ୍ଥା ମାଧ୍ୟମରେ ଦେଶ ବାହାରୁ ଗୁଇନ୍ଦା ତଥ୍ୟ ସଂଗ୍ରହ କରିଥାଏ । ଦେଶର ପ୍ରମୁଖ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲେସିସ୍ ୱିଙ୍ଗ ବା ର'। ଏଆରସି ବିମାନଗୁଡିକରେ ଅତ୍ୟାଧୁନିକ ଇଲେଟ୍ରୋନିକ୍ ଉପକରଣ ଓ କ୍ୟାମେରା ଲଗାଯାଇଥାଏ । ଯାହା ବହୁ ଉଚ୍ଚତାରୁ ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟଗୁଡ଼ିକର ଫଟୋ ନେବାରେ ସମର୍ଥ ହୋଇଥାଏ। ସେହିପରି ଏଆରସି ନିକଟରେ ଥିବା ରାଡାର୍ ବାଦଲକୁ ମଧ୍ୟ ଭେଦ କରିବାରେ ସମର୍ଥ। ବର୍ତ୍ତମାନ ଏନଟିଆରଓ ବ୍ୟବହାର କରୁଥିବା ସାଟେଲାଇଟଗୁଡିକରେ ଏହି ବ୍ୟବସ୍ଥା  ନାହିଁ। ତେଣୁ ଏଆରସି ନିକଟରେ ଥିବା ଇଲେକ୍ଟ୍ରୋନିକ୍ ଉପକରଣକୁ ଏନଟିଆରଓକୁ ଦେବା ପାଇଁ ଯୋଜନା କରାଯାଉଛି। ତିବ୍ଦତୀୟ ଅଞ୍ଚଳରେ ଚୀନ୍ ସେନାର କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବା ଲାଗି ଏନଟିଆରଓକୁ ସୁଦୃଢ଼ କରିବାକୁ ଯୋଜନା କରାଯାଉଛି। ଖାସ୍ କରି ଏହାର ଇମେଜିଂ ବା ଚିତ୍ରଉତ୍ତୋଳନ ବ୍ୟବସ୍ଥାକୁ ଶକ୍ତିଶାଳୀ କରାଯିବ। ଏନଟିଆରଓ ଦ୍ୱାରା ସଂଗୃହିତ ସାଟେଲାଇଟ୍ ଡାଟା ଓ ଏଆରସି ବିମାନ ମାଧ୍ୟମରେ ମିଳିବାକୁ ଥିବା ଡାଟା ଏ ଦିଗରେ ଉପଯୋଗୀ ହେବ ବୋଲି ଯୁକ୍ତି ହେଉଛି। ତେବେ ଏଆରସିକୁ ବନ୍ଦ କରିବା ନେଇ ଗଣମାଧ୍ୟମରେ ପ୍ରସାରିତ ଖବରରେ ସତ୍ୟତା ନାହିଁ ବୋଲି ଗୁଇନ୍ଦା ସଂସ୍ଥା ସୂତ୍ରରୁ ସୂଚନା ମିଳିଛି। ଏଭଳି ପ୍ରସ୍ତାବ ଆସିଲେ ର' ଏହାକୁ ଜୋରଦାର ବିରୋଧ କରିବ ବୋଲି ଜଣାପଡିଛି। ଏଆରସିର କ’ଣ ଗୁରୁତ୍ୱ ରହିଛି ତାହା ଜାତୀୟ ସୁରକ୍ଷା ପରାମର୍ଶଦାତା ହୃଦୟଙ୍ଗମ କରିବା ଉଚିତ୍ ବୋଲି ଜଣେ ପୂର୍ବତନ ର' ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଏଆରସିର ଉପକରଣ ଅନ୍ୟ ସଂସ୍ଥାକୁ ଦେଲେ ସେମାନେ ଏହାର ଉପଯୁକ୍ତ ଉପଯୋଗ କରି ନ ପାରନ୍ତି ବୋଲି ସେ ଯୁକ୍ତି ବାଢିଛନ୍ତି। ପୂର୍ବରୁ ୨୦୦୪ରେ ଏଆରସିକୁ ବନ୍ଦ କରିବା ଲାଗି ଏଭଳି ଏକ ପ୍ରସ୍ତାବ ଆସିଥିଲା। ତେବେ ର' ର ତୀବ୍ର ବିରୋଧ ଯୋଗୁଁ ଏହା ହୋଇପାରି ନ ଥିଲା। ଚାରବାଟିଆ ବ୍ୟତୀତ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ସୀମାରେ ଥିବା ଚକ୍ରତା, ଆସାମର ଦମଦୁମା ଓ ଦିଲ୍ଲୀ ପାଲାମ୍ ବିମାନ ବନ୍ଦରରେ ଏଆରସି ରହିଛି। ତେବେ ଚାରବାଟିଆରେ ଥିବା ଏଆରସି ସର୍ବବୃହତ୍ ଓ ସବୁଠୁ ସୁରକ୍ଷିତ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos