ମଙ୍ଗଳବାର ପୁରୀ ବନ୍ଦ

ପୁରୀ: ଆସନ୍ତା ମଙ୍ଗଳବାର ଅର୍ଥାତ୍‌ ୨୪ ତାରିଖରେ ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି  ସ୍ଥାନୀୟ ବାର୍ ଆସୋସିଏସନ୍‌। ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ରଙ୍କ ହତ୍ୟା ପ୍ରତିବାଦରେ ଆସୋସିଏସନ୍‌ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପୁରୀ ସହରରେ ବନ୍ଦ ପାଳନ କରାଯିବ।

ପୁରୀ ବାର୍ ଆସୋସିଏସନ୍ ସଭାପତି ବିଜୟ ମିଶ୍ର କହିଛନ୍ତି ଯେ ସହରରେ ଆଇନ ଶୃଙ୍ଖଳା ସ୍ଥିତି ସଂପୂର୍ଣ୍ଣ ବିଗିଡ଼ି ଯାଇଛି। ପୋଲିସ୍‌ ବ୍ୟବସ୍ଥା ପୂରା ସ୍ଥାଣୁ ପାଲଟି ଯାଇଛି। ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କ ଆଗରେ ଅସହାୟ ହୋଇପଡ଼ିଛି ପୋଲିସ୍‌। ତେଣୁ ନିରୀହ ଲୋକଙ୍କ ଜୀବନ ଯାଉଛି। ଏହାର ପ୍ରତିବାଦରେ ଓ ସହରରେ ଆଇନକାନୁନ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଦାବିରେ ଆସନ୍ତା ମଙ୍ଗଳବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ତେବେ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବନ୍ଦରୁ ବାଦ୍ ଦିଆଯିବ।