ଗୁରୁବାର ହେଉଛି ବେଶୀ ବ୍ୟାଙ୍କ ଡକାୟତି, ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁରୁବାର ଦିନ ଅଧିକ ବ୍ୟାଙ୍କ ଡକାୟତି ହେଉଛି। ଏହି ଦିନରେ ଅଧିକ ସତର୍କ ରହିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କ ଡକାୟତି ଘଟଣାକୁ ପ୍ରତିହତ କରିବା ପାଇଁ କ୍ରାଇମବ୍ରାଞ୍ଚର, ବ୍ୟାଙ୍କ ଗୁଡ଼ିକୁ ଏପରି ପରାମର୍ଶ ଦିଆଯାଇଛି। ଆଜି ରାଜ୍ୟର ୩୫ଟି ବ୍ୟାଙ୍କର ସୁରକ୍ଷା ଅଧିକାରୀଙ୍କୁ ନେଇ କ୍ରାଇମବ୍ରାଞ୍ଚ କଟକରେ କରିଥିଲା ଏକ ସଚେତନତା ବୈଠକ। ଏଥିରେ ବ୍ୟାଙ୍କର ସୁରକ୍ଷା ନେଇ ଏକ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜିଓର) ପ୍ରସ୍ତୁତ କରିବାକୁ କୁହାଯାଇଥିଲା। […]

guru

guru

Rakesh Mallick
  • Published: Friday, 13 April 2018
  • Updated: 13 April 2018, 07:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁରୁବାର ଦିନ ଅଧିକ ବ୍ୟାଙ୍କ ଡକାୟତି ହେଉଛି। ଏହି ଦିନରେ ଅଧିକ ସତର୍କ ରହିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କ ଡକାୟତି ଘଟଣାକୁ ପ୍ରତିହତ କରିବା ପାଇଁ କ୍ରାଇମବ୍ରାଞ୍ଚର, ବ୍ୟାଙ୍କ ଗୁଡ଼ିକୁ ଏପରି ପରାମର୍ଶ ଦିଆଯାଇଛି।

ଆଜି ରାଜ୍ୟର ୩୫ଟି ବ୍ୟାଙ୍କର ସୁରକ୍ଷା ଅଧିକାରୀଙ୍କୁ ନେଇ କ୍ରାଇମବ୍ରାଞ୍ଚ କଟକରେ କରିଥିଲା ଏକ ସଚେତନତା ବୈଠକ। ଏଥିରେ ବ୍ୟାଙ୍କର ସୁରକ୍ଷା ନେଇ ଏକ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜିଓର) ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଏଥିସହ ପ୍ରତ୍ୟେକ ଜିଲ୍ଲାର ଏସ୍‌ପିମାନେ ପ୍ରତି ୩ ମାସରେ ନିଜ ଅଞ୍ଚଳ ଅଧୀନରେ ଥିବା ବ୍ୟାଙ୍କ ଗୁଡିକର ସୁରକ୍ଷା ନେଇ ସମୀକ୍ଷା କରିବେ। ବ୍ୟାଙ୍କ ଶାଖା ଓ ଏଟିଏମ୍‌ ଗୁଡିକରେ ଲାଗିଥିବା ସିସିଟିଭି ଗୁଡିକର ନିୟମିତ ଯାଞ୍ଚ କରାଯିବେ। ଏହାଛଡ଼ା ବ୍ୟାଙ୍କରେ ଥିବା ୟୁପିଏସ୍‌ ଓ ଇନଭର୍ଟର ଗୁଡ଼ିକରେ ଆଲାର୍ମ ସଂଯୋଗ କରିବା ପାଇଁ କ୍ରାଇମବ୍ରାଞ୍ଚ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos